କୋଭିଡ-୧୯ ମୁକାବିଲା : ସହାୟତା କରିବ ସ୍ମାର୍ଟ ସିଟି ମିଶନର ଡାଟା ଡାସବୋର୍ଡ

ପୁଣେ, ସୁରଟ, ବେଙ୍ଗାଲୁରୁ ଏବଂ ତୁମାକୁରୁ ଭଳି ସ୍ମାର୍ଟ ସହରଗୁଡିକ କୋଭିଡ-୧୯ର ସମ୍ପର୍କରେ ତଥ୍ୟ ଆହରଣ ପାଇଁ ସମନ୍ଵିତ ଡାଟା ଡାସବୋର୍ଡର ସହାୟତା ନେଉଛନ୍ତି 

ନୂଆଦିଲ୍ଲୀ : କୋଭିଡ-୧୯ ମୁକାବିଲା ପାଇଁ ସ୍ମାର୍ଟ ସିଟି ମିଶନର ଡାଟା ଡାସବୋର୍ଡ ସହାୟତା କରୁଛି । ପୁଣେ ସ୍ମାର୍ଟ ସିଟି ବିକାଶ ନିଗମ ଲିମିଟେଡ ଏବଂ ପୁଣେ ପୌର ନିଗମ ଉଭୟେ ମିଶି କରୋନା ଭୁତାଣୁର ମୁକାବିଲା ପାଇଁ ଏକ ସମନ୍ଵିତ ଡାଟା ଡାସବୋର୍ଡ ପ୍ରସ୍ତୁତ କରିଛନ୍ତି । ସେଠାରେ ଘଟୁଥିବା ପ୍ରତ୍ୟେକ କରୋନା ସଂକ୍ରମିତ ଅଞ୍ଚଳକୁ ମାନଚିତ୍ର ଦ୍ଵାରା ଚିହ୍ନଟ କରାଯାଇ ତାକୁ ବଫର ଜୋନ ଭାବେ ରଖାଯାଉଛି । ସେହି ଅନୁସାରେ ନଗର ପ୍ରଶାସନ ଡାସବୋର୍ଡ ରେ ଚିହ୍ନିତ ସଂକ୍ରମଣ ଅଞ୍ଚଳରେ ମହାମାରୀକୁ ରୋକିବା ଦିଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛି । ଏହାଛଡା ସ୍ମାର୍ଟ ସିଟି ସମନ୍ଵିତ ଡାସବୋର୍ଡ ମଧ୍ୟ କ୍ଵାରେଣ୍ଟାଇନରେ ଥିବା ସମ୍ଭାବ୍ୟ ରୋଗୀମାନଙ୍କ ସ୍ଵାସ୍ଥ୍ୟାବସ୍ଥା ମଧ୍ୟ ନଜର ରଖୁଛି । ସୁରଟ ପୌର ମହାନିଗମ ମଧ୍ୟ ଅନଲାଇନ ଡାସବୋର୍ଡ ମାଧ୍ୟମରେ ଏହାର ପୌର ୱେବସାଇଟରେ ଜନସାଧାରଣଙ୍କୁ କୋଭିଡ-୧୯ ସଂକ୍ରାନ୍ତ ତାଜା ତଥ୍ୟ ପ୍ରଦାନ କରୁଛି । ଏହି ଡାସବୋର୍ଡର ଠିକଣା : https:// www. surat municipal.gov.in /others/CoronaRelated ।

ସେହିପରି ବେଙ୍ଗାଲୁରୁ ଏବଂ ତୁମାକୁରୁ ମଧ୍ୟ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରି ୮ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରି ସେ ଅଞ୍ଚଳରେ ସଂକ୍ରମଣ ବ୍ୟାପିବାକୁ ରୋକି ପାରୁଛି । କୋଭିଡ-୧୯ ଡାସବୋର୍ଡରୁ ତଥ୍ୟ ଆହରଣ କରି ବୃହତ ବେଙ୍ଗାଲୁରୁ ମହାନଗର ପାଳିକା କରୋନା ସଂକ୍ରମଣ ନେଇ ସବିଶେଷ ତଥ୍ୟ ସମ୍ବଳିତ ଏକ ଦୈନିକ ବୁଲେଟିନ ପ୍ରକାଶ କରୁଛି । କରୋନା ତଥ୍ୟ ଆହରଣ ନିମନ୍ତେ ସ୍ଥାପିତ ନିୟନ୍ତ୍ରଣ କକ୍ଷ, ସିସିଟିଭି ପର୍ଯ୍ୟବେକ୍ଷଣ, ଜିଆଇଏସ ମ୍ୟାପିଙ୍ଗ, ସ୍ୱାସ୍ଥ୍ୟ ସେବା ନିଯୁକ୍ତ କର୍ମଚାରୀମାନଙ୍କ ଜିପିଏସ ଟ୍ରାକିଂ ଭଳି ପଦ୍ଧତି ଦ୍ଵାରା କାର୍ଯ୍ୟଗ୍ରହଣ କରୁଛି ।

Comments are closed.