କୃଷି ସମ୍ପର୍କିତ ତାଲିମ ଦେବ ସ୍ମାର୍ଟ ଏଗ୍ରିକଲଚର ସ୍କୁଲ

କୋଲକାତା: ଭାରତୀୟ ଅର୍ଥନୀତିରେ କୃଷି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୨୨ ସୁଦ୍ଧା କୃଷି କ୍ଷେତ୍ରରୁ ୬୦ ବିଲିୟନ ଡଲାରର ରପ୍ତାନି ଲକ୍ଷ୍ୟ ରଖାଯାଇଛି। ଏହା ସହିତ ୨୦୫୦ ସୁଦ୍ଧା ଖାଦ୍ୟ ଚାହିଦାକୁ ଦୃଷ୍ଟିରେ ରଖି ଉତ୍ପାଦନ କ୍ଷମତାକୁ ଦୁଇଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେଣୁ ଏକ୍ଷେତ୍ରରେ ନୂତନ ଜ୍ଞାନ, ନବସୃଜନ ଏବଂ ବୈଷୟିକ କୌଶଳର ଆବଶ୍ୟକତା ରହିଛି। ତେବେ ଖାଦ୍ୟ ପ୍ରକ୍ରିୟା କରଣ, ଖାଦ୍ୟ ସୁରକ୍ଷା, ସୁରକ୍ଷିତ ଖାଦ୍ୟ, ପରିବହନ ଏବଂ କୃଷି ବ୍ୟବସାୟରେ ସମ୍ପ୍ରତି ଦକ୍ଷତା ବିକାଶର ଅଭାବ ରହିଛି। ଏହା ପୂରଣ ଦିଗରେ ଆଦାମାସ ବିଶ୍ୱବିଦ୍ୟାଳୟ ସ୍ମାର୍ଟ ଏଗ୍ରିକଲଚର ସ୍କୁଲ ଶୁଭାରମ୍ଭ କରିଛି। ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷିବିଜ୍ଞାନୀ, ପେଶାଦାର ଏବଂ ଉଦ୍ୟୋଗୀ ସୃଷ୍ଟି କ୍ଷେତ୍ରରେ ଏଠାରେ ଏକ ଉପଯୋଗୀ ପରିବେଶ ସୃଷ୍ଟି କରାଯାଇପାରିବ। ଏଠାରେ ସ୍ନାତକ ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀ କୃଷି ଗବେଷଣା, କୃଷି ଜ୍ଞାନକୌଶଳ, ଉଦ୍ୟାନ କୃଷି, ଖାଦ୍ୟ ପ୍ରକିୟା କରଣ ଏବଂ କୃଷି ଫାଇନାନ୍ସ୍ ସହିତ ଦେଶ ତଥା ବିଦେଶର ଅଗ୍ରଣୀ କର୍ପୋରେଟ ହାଉସ ମଧ୍ୟରେ ଯୋଗାଯୋଗ ସହିତ ବହୁବିଧ କାର୍ଯ୍ୟ ସମ୍ପନ୍ନ କରିବାକୁ ସକ୍ଷମ ହୋଇପାରିବେ। ସ୍ମାର୍ଟ ଏଗ୍ରିକଲଚର ସ୍କୁଲର ଡିନ୍ ଡ. ରୁଦ୍ରପ୍ରସାଦ ଶାହା କହିଛନ୍ତି, ପାରମ୍ପରିକ ଶୈଳୀ ସହିତ ଅଦାମାସ ବିଶ୍ୱବିଦ୍ୟାଳୟରେ ନିର୍ମିତ ହୋଇଥିବା ସ୍ମାର୍ଟ ଏଗ୍ରିକଲଚର ସ୍କୁଲରେ ପ୍ରିସେସନ ଏଗ୍ରିକଲଚର୍, ଆର୍ଟିଫିସିଆଲ ଇଟେଂଲଜେନ୍ସ୍, ରୋବୋଟିକ୍ସ୍, ଡାଟା ସାଇନ୍ସ, ଡ୍ରୋନ ଆଦି ଆଧୁନିକ ଜ୍ଞାନକୌଶଳକୁ ସାମିଲ୍ କରାଯାଇଛି।

Comments are closed.