ପୋଖରୀରେ ବୁଡି ୪ ବର୍ଷ ଶିଶୁପୁତ୍ରର ମୃତ୍ୟୁ

ପାଟଣା : ଖେଳୁ ଖେଳୁ ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦାୟକ ଘଟଣା ଘଟିଛି କେନ୍ଦୁଝର ପାଟଣା ବ୍ଲକ୍ ସଡଙ୍ଗବାହାଳି ଗ୍ରାମରେ ।
ସୂଚନା ଅନୁଯାୟୀ ବୁଧବାର ସଂନ୍ଧ୍ୟାରେ ଗ୍ରାମର ସୁଦର୍ଶନ ମୁଣ୍ଡାଙ୍କ ୪ ବର୍ଷ ଶିଶୁପୁତ୍ର ତ୍ରିସାନ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ପୋଖରୀ ଆଡକୁ ଚାଲି ଯାଇଥିଲା । ଫଳରେ ପୋଖରୀ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଛି । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ରାତିରେ ପୋଖରୀ ଭିତରେ ଶିଶୁ ପୁତ୍ରର ମୃତଦେହ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଉଦ୍ଧାର କରି ପାଟଣା ମେଡିକାଲକୁ ଆଣିଥିଲେ ମଧ୍ୟ ସେଠାରେ ଶିଶୁ ପୁତ୍ର ଟିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏନେଇ ଘଟଗାଁ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତ ଶିଶୁ ର ଶବ ବ୍ୟବଚ୍ଛେଦ ଆଜି ପାଟଣା ରେ ହୋଇଛି ।

Comments are closed.