ଜାଣନ୍ତୁ, କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ କି ଫଳ ମିଳେ

ଏହା ଆମେ ଜାଣନ୍ତି ଯେ, ସୁସ୍ଥ ରହିବା ପାଇଁ ନିଦ୍ରା ନିହାତି ଆବଶ୍ୟକ। ସୁସ୍ଥ ଓ ନୀରୋଗ ରହିବା ପାଇଁ ଜଣେ ବ୍ୟକ୍ତି ୮ଘଣ୍ଟା ଶୋଇବା ଉଚିତ ବୋଲି ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାଆନ୍ତି। ଏହାଦ୍ବାରା ଆଗାମୀ ଦିନ ପାଇଁ ନୂଆ ଶକ୍ତି ମିଳିଥାଏ। ସେହପରି ଆବଶ୍ୟକ ଅନୁଯାୟୀ​‌ ସୁଖ ନିଦ୍ରା ନ ହେଲେ ଶରୀରରେ ବିଭିନ୍ନ ରୋଗ ଜାତ ହୋଇଥାଏ। ତେ​‌ବେ ବାସ୍ତୁଶାସ୍ତ୍ର ଅନୁସାରେ, ଶୋଇବାର ଦିଗ ମଧ୍ୟ ଶରୀର ଉପରେ ପ୍ରଭାବ ପକାଇଥାଏ। ଭିିନ୍ନ ଭିନ୍ନ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡ଼ିଥାଏ। ତେଣୁ ଶୋଇବା ସମୟରେ ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ଆସନ୍ତୁ ଜାଣିବା କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ଉପରେ କି ପ୍ରଭାବ ପଡ଼େ-

-ଚାରି ଦିଗରୁ ମୁଖ୍ୟତଃ ଦକ୍ଷିଣ ଓ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ସବୁଠାରୁ ଭଲ ଫଳ ମିଳିଥାଏ। ଉତ୍ତର ଓ ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ସ୍ବାସ୍ଥ୍ୟ ପ୍ରତି ଖରାପ୍‌।

-ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ପ୍ରତି ବେଶ୍‌ ଲାଭଦାୟକ। କାରଣ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସର୍ବଦା ଦକ୍ଷିଣରୁ ଉତ୍ତର ଦିଗକୁ ପ୍ରବାହିତ ହୋଇଥାଏ।

-ଯଦି କେହି ବ୍ୟକ୍ତି ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଥାନ୍ତି, ସେହି ସମୟରେ ଏହି ଶକ୍ତି ମୁଣ୍ଡରୁ ପ୍ରବେଶ ହୋଇ ଗୋଡ଼ ବାଟେ ବାହାରି ଯାଇଥାଏ। ଫଳରେ ସକାଳୁ ଉଠିବା ପରେ ବ୍ୟକ୍ତିଙ୍କୁ ତାଜାପଣ ଓ ଫୂର୍ତ୍ତି ଅନୁଭବ ହୋଇଥାଏ। ତେଣୁ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ।

-ସେହିପରି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଖରାପ ବୋଲି କୁହାଯାଇଥାଏ।

-ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ମାନବ ଜାତି ପାଇଁ ଫଳପ୍ରଦ ହୋଇଥାଏ। କାରଣ ସୂର୍ଯ୍ୟ ପୂର୍ବ ଦିଗରୁ ଉଦୟ ହେଉଥିବାରୁ ମୁଣ୍ଡରେ ନୂଆ ଶକ୍ତି ସଞ୍ଚାର ହୋଇଥାଏ। ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ।

-ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ଏହାର ବିପରୀତ ଫଳ ମିଳିଥାଏ।

Comments are closed.