ଗ୍ରୀନ ଟି ନା କଫି ? ଜାଣନ୍ତୁ ତ୍ୱଚା ପାଇଁ କାହାର ଉପକାରିତା ବେଶୀ

ସ୍ୱାସ୍ଥ୍ୟ ପାଇଁ ଏପରି କେତେକ ଜିନିଷ ରହିଛି,ଯାହାର ଅନେକ ଉପକାର ରହିଛି। ତେବେ ଅନେକ ପସନ୍ଦୀୟ ପାନୀୟ ମଧ୍ୟରେ ଅଧିକାଂଶ ଲୋକେ ଗ୍ରୀନ ଟି ଓ କଫି ପିଇବାକୁ ପସନ୍ଦ କରିଥାଆନ୍ତି। ଉଭୟଙ୍କର ସ୍ୱାସ୍ଥ୍ୟ ପାଇଁ ଭିନ୍ନ ଭିନ୍ନ ଉପକାରୀ ଗୁଣ ରହିଛି। ତେବେ ଜାଣନ୍ତୁ ତ୍ୱଚା ପାଇଁ କେଉଁଟି ଅଧିକ ଉପକାରୀ।
ଗ୍ରୀନ ଟି ପିଇବା ଦ୍ୱାରା ମୁହଁରେ କୁଞ୍ଚନ ସମସ୍ୟା ହୋଇନଥାଏ। କୁଣ୍ଡାଇହେବା ଓ ଚର୍ମ ଲାଲ ହେବା ଭଳି ସମସ୍ୟା ଦୂର ହୋଇଥାଏ। ତ୍ୱଚାର ଶୁଷ୍କପଣ ଦୂର କରିଥାଏ।
ସେହିପରି କଫି ବ୍ୟବହାର କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବେ ହେବା ପାଇଁ ସାହାଯ୍ୟ କରିଥାଏ। କଫି ପିଇବା ଦ୍ୱାରା ମୁହଁ ସତେଜ ଓ  ଚମକ ବୃଦ୍ଧି ପାଇଥାଏ।
କଫି ଓ ଗ୍ରୀନ ଟିରେ ଉଭୟରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ସୁନେଲି ଓ ଉଜ୍ଜ୍ୱଳ ତ୍ୱଚା ପାଇଁ ଗ୍ରୀନ ଟିର ମଧ୍ୟ ବ୍ୟବହାର କରି ପାରିବେ। କଫି ବ୍ୟବହାର ଦ୍ୱାରା ଏଥିରେ ଥିବା ଏସିଡ ତ୍ୱଚାକୁ ଗୋରା କରିବାରେ ସହାୟକ ହୋଇଥାଏ।
କଫି ଓ ଗ୍ରୀନଟିକୁ ସଠିକ ମାତ୍ରାରେ ପିଇବା ଆବଶ୍ୟକ। ଗ୍ରୀନଟି ବାର୍ଦ୍ଧକ୍ୟକୁ ଶୀଘ୍ର ଆସିବାକୁ ଦେଇନଥାଏ। ବ୍ରଣ ସମସ୍ୟା ଦୂର କରିଥାଏ। ଲାଲ ଦାଗ ଦୂର କରିଥାଏ। ସେହିପରି କଫି ରକ୍ତ ସଞ୍ଚାଳନ ସଠିକ କରିବା ସହ ତ୍ୱଚାକୁ ଗୋରା ଓ ଉଜ୍ଜ୍ୱଳ କରିଥାଏ।

 

 

Comments are closed.