ବର୍ଷା ଦିନରେ ତ୍ବଚାର ଯତ୍ନ

ଗ୍ରୀଷ୍ମ ପ୍ରଭାବ ଜାରି ରହିଥିବା ବେଳେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଯଦିଓ ଗ୍ରୀଷ୍ମର ପ୍ରକୋପ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇ ନାହିଁ ତଥାପି ପ୍ରାକ୍ ମୌସୁମୀ ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେଉଛି । ଗୋଟିଏ ପଟରେ ଗ୍ରୀଷ୍ମର ପ୍ରଭାବ ଓ ଅନ୍ୟ ପଟରେ ବର୍ଷାର ଛିଟା ଶରୀର ଓ ତ୍ବଚା ପାଇଁ କ୍ଷତିକାରକ ହୋଇଥାଏ । କୁଣ୍ଢେଇ ହେବା ଓ ନାଲି ଦାଗ ପଡିବା ସଂକ୍ରାମକ ରୋଗ ଦେଖିବାକୁ ମିଳେ । ଏହି ସମୟରେ ତ୍ବଚାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ ମୁକ୍ତି ପାଇଁ କିଛି ଉପାୟ..

ବର୍ଷା ପରେ ଟାଣ ଖରା ହୋଇଥାଏ । ତେଣୁ ଏହି ସମୟରେ ବାହାରକୁ ଯିବା ବେଳେ ସନସ୍କ୍ରିନ୍ ଲୋସନ୍ ଲାଗାନ୍ତୁ ।

ବାହାରକୁ ଯିବା ସମୟରେ ସାଙ୍ଗରେ ଛତା ନେଇ ଯିବାକୁ ଭୁଲନ୍ତୁ ନାହିଁ ।

ଏହି ଦିନରେ ତ୍ବଚାରେ ଟୋନର ବ୍ୟବହାର କରନ୍ତୁ ।

ଦିନକୁ ଅତି କମରେ ଦୁଇ ଥର ଫେସ୍ ୱାସ୍ କରନ୍ତୁ ।

ହାତ ଓ ପାଦକୁ ସଫା ରଖନ୍ତୁ ।

Comments are closed.