ତ୍ବଚାର ଯତ୍ନ

ଶୀତରେ ତ୍ବଚା ଶୁଷ୍କ ଲାଗିବା ସହ ମଳିନ ଦେଖାଯାଏ। ଘରୋଇ ଉପାୟରେ ସୌନ୍ଦର୍ଯ୍ୟ ଚର୍ଚ୍ଚା କରିବା ଉଚିତ।
– ରାତିରେ କଞ୍ଚା ଖିରକୁ ଡିପ୍ ଫ୍ରିଜର୍‌ରେ ରଖିଦେବେ। ସକାଳୁ ଗାଧୋଇବା ପୂର୍ବରୁ ଏହାର କ୍ୟୁବ୍‌କୁ ପୂରା ଶରୀରରେ ମାଲିସ୍ କରିପାରିବେ। କଞ୍ଚା ଖିର ତ୍ବଚା ମଏଶ୍ଚରାଇଜର୍ କରିବାରେ ସହାୟକ ହୋଇଥାଏ।
– ସପ୍ତାହରେ ଅନ୍ତତଃ ୨ଥର ମୁହଁ, ବେକ, ହାତରେ ବେସନ-ମହୁ-ଦହିର ପ୍ୟାକ୍ ଲଗାଇ ସ୍ନାନ କରିପାରିବେ। ଦୈନିକ ସୋରିଷ ତେଲ ନଚେତ୍ ଶୁଦ୍ଧ ନଡ଼ିଆ ତେଲ ତ୍ବଚାରେ ମାଲିସ୍ କରିବା ଲାଭଦାୟକ।
– ନଡ଼ିଆ ଖିରରେ ମଧ୍ୟ ତ୍ବଚାକୁ ସଫା କରନ୍ତୁ। ବିଶେଷ କରି ଶୀତର ପ୍ରକୋପରୁ ଏହି ଉପାୟ ତ୍ବଚାକୁ ରକ୍ଷା କରିପାରିବ।
– ଓଠରେ ଶୁଦ୍ଧ ଘିଅ, ଅଲିଭ ତେଲ, ମହୁ ଇତ୍ୟାଦି ଦିନେ ଛଡ଼ା ଦିନେ ଲଗାନ୍ତୁ। ଏପରି କଲେ ଓଠ ଫାଟିନଥାଏ।
– ସପ୍ତାହରେ ଥରୁଟିଏ ନଖଉଷୁମ ପାଣିକୁ ଏକ ଛୋଟ ଟବ୍‌ରେ ଭର୍ତ୍ତି କରି ପାଦକୁ ବୁଡ଼ାଇ ୧୦ ମିନିଟ୍ ରଖନ୍ତୁ। ଏଇ ଉପାୟରେ ପାଦ ଫଟା କମ୍ ହେବା ସହ ଭଲ ନିଦ ହେଉଥିବାର ବିଶେଷଜ୍ଞଙ୍କ ମତ।

Comments are closed.