ତ୍ବଚା ଓ କେଶର ବନ୍ଧୁ ନିମ୍ବ ପତ୍ର

କେଶରେ ରୁପି ହେଉଥିଲେ କିମ୍ବା ଅଧିକ ପରିମାଣରେ ଝଡ଼ୁଥିଲେ, ଘରେ ସପ୍ତାହକୁ ଥରୁଟିଏ ନିମ୍ବ ପ୍ୟାକ୍ ତିଆରି କରି ଲଗାନ୍ତୁ। ମେହେନ୍ଦୀ ପ୍ୟାକ୍‌ରେ ନିମ୍ବ ଗୁଣ୍ଡ ୧ଚାମଚ ମିଶାଇ ଲଗାଇପାରିବେ ନଚେତ୍ ୨ଚାମଚ ନିମ୍ବ ପତ୍ର ଗୁଣ୍ଡରେ ଅଧ ଚାମଚ କଞ୍ଚା ଖିର ମିଶାଇ କେଶ ମୂଳରେ ଲଗାଇ ୨୦ ମିନିଟ୍‌ ପରେ ଧୋଇନେବେ।

– ନିମ୍ବ ପତ୍ର ଗୁଣ୍ଡ ୨ଚାମଚ, ଦହି ୧ଚାମଚ, ମେଥି ଗୁଣ୍ଡ ଅଧ ଚାମଚରେ ଲେମ୍ବୁରସ ମିଶାଇ କେଶରେ ପ୍ୟାକ୍ ଭଳି ଲଗାଇ ୩୦ ମିନିଟ୍ ପରେ ଧୋଇନିଅନ୍ତୁ।

– ୧ବଡ଼ ଚାମଚ ନିମ୍ବ ପତ୍ର ପେଷ୍ଟ, ଅଧ ଚାମଚ ଅଲିଭ ତେଲ, ଅଁଳା ଗୁଣ୍ଡକୁ ଭଲରେ ମିଶାଇ ଘୋଳ ପ୍ରସ୍ତୁତ କରିବା ପରେ କେଶରେ ଲଗାଇ ଶୁଖିବା ପରେ ଧୋଇନେବେ।

– ଅଧ ଚାମଚ ମୁଲତାନି ମାଟି, ଲେମ୍ବୁ ରସରେ ନିମ୍ବ ପତ୍ରର ପେଷ୍ଟ ମିଶାଇ ତ୍ବଚାରେ ପ୍ୟାକ୍ ଭଳି ଲଗାନ୍ତୁ। ୨୦ ମିନିଟ୍‌ ପରେ ନଖଉଷୁମ ପାଣିରେ ତ୍ବଚାକୁ ଧୋଇନିଅନ୍ତୁ। ତ୍ବଚାରୁ ଦାଗ, ବ୍ରଣ ଦୂର କରିବାରେ ଏଇ ପ୍ୟାକ୍ ଭଲ କାମ କରେ।

– ୧ବଡ଼ ଚାମଚ ନିମ୍ବ ପତ୍ର ଗୁଣ୍ଡ, ଅଧ ଚାମଚ ମହୁ, ଚିମୁଟାଏ ହଳଦୀ ମିଶାଇ ହାତ, ମୁହଁ, ପାଦରେ ଲଗାଇ ଶୁଖିବା ପରେ ଧୋଇନେବେ। ତୈଳାକ୍ତ ତ୍ବଚା ପାଇଁ ଏହା ଏକ ଭଲ ପ୍ୟାକ୍।

Comments are closed.