ଡୁମୁରିଆରୁ ବିଦେଶୀ ମଦ ଜବତ

ପାଟଣା : ପାଟଣା ଅବକାରୀ ଥାନାଧିକାରୀ ଦିଲୀପ କୁମାର ତାଣ୍ଡି ଙ୍କ ନେତୃତ୍ୱ ରେ ଗୁରୁବାର ଡୁମୁରିଆର ଏକ ବ୍ରଏଲର କୁକୁଡ଼ା ମାଂସ ଦୋକାନ ଉପରେ ଚଢ଼ାଉ ସମୟରେ ସେଠାରେ ବିକ୍ରି ପାଇଁ ଗଚ୍ଛିତ ଥିବା ବିଦେଶୀ ମଦ ଜବତ କରାଯାଇଛି। ଦୋକାନ ମାଲିକ ଶିବ ଚରଣ ମହାନ୍ତ ଙ୍କ ଠାରୁ ୨୬ ଲିଟର ୮୨୦ମିଲି ବିଦେଶୀ ମଦ ଭର୍ତି ବୋତଲ ଜବତ କରାଯିବା ସହ ଅବକାରୀ ବିଭାଗ ଶିବ ଚରଣ କୁ ଗିରଫ କରିଥିବା ସୂଚନା ରହିଛି।

Comments are closed.