ଥମୁନି ବଳାତ୍କାର ମାମଲା: ପୁଣି ୬ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ଟୋଙ୍କ୍‍: ଦେଶରେ ମହିଳା, ଯୁବତୀ ଏପରିକି ନାବାଳିକାଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ଓ ବଳାତ୍କାର ଭଳି ଅମାନବୀୟ ଘଟଣା ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ହାଇଦରାବାଦ ଘଟଣାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ରବିବାର ପୁଣି ଏକ ଦୁଷ୍କର୍ମ ଓ ହତ୍ୟା ମାମଲା ସାମ୍ନାକୁ ଆସିଛି। ରାଜସ୍ଥାନର ଟୋଙ୍କ୍‍ ଜିଲା ସ୍ଥିତ ଅଲିଗଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡ଼ିଛି।
ପୁଲିସର କହିବାନୁସାରେ, ଶନିବାର ୬ ବର୍ଷୀୟା ନାବାଳିକା ଜଣକ ସ୍କୁଲରୁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହାପରେ ଅଲିଗଡ଼ର ଖେଡଲୀ ଗାଁ ନିକଟସ୍ଥ ଏକ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ମିଳିଥିଲା। ତେବେ ନାବାଳିକା ଜଣଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରାଯାଇଥିିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଥାନାଧିକାରୀ ରାମ କୃଷ୍ଣ କହିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲା ଚିକିସିାଳୟକୁ ପଠାଯାଇଛି। ଦୋଷୀକୁ ଚିହ୍ନଟ କରି ଖୁବଶୀଘ୍ର ଗିରଫ କରିବାକୁ ପୁଲିସ ଜୋରଦାର ପ୍ରୟାସ ଚଳାଇଥିବା ଥାନାଧିକାରୀ କହିଛନ୍ତି।

Comments are closed.