ଜିଏସ୍‍ଟି ଫାଙ୍କିବା ଅଭିଯୋଗରେ ୪ଟି ଗାଡି ଜବତ

ନବରଙ୍ଗପୁର : ଜିଏସଟି ଫାଙ୍କିବା ଅଭିଯୋଗରେ ପାପଡାହାଣ୍ଡି ମୃଗ ବିହାର ନିକଟରୁ ୪ଟି ଗାଡି ଜବତ କରାଯାଇଛି। ଭବାନୀପାଟଣା ସିଟି ଓ ଏନଫୋର୍ସ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ଜବତ କରାଯାଇଛି। ମୋବାଇଲ ଯାଞ୍ଚ ବେଳେ ଏହା ଜଣାପଡିଥିଲା। ପରେ ପାପଡାହାଣ୍ଡି ଥାନାରେ ରଖାଯାଇଥିଲା। ତେବେ ଏଥିରେ ୩ଟି ପିକଅପ୍‍ ରହିଥିବାବେଳେ ଗୋଟିଏ ଟ୍ରକ ରହିଛି। ଗାଡିରେ କାଗଜ ପତ୍ର ନଥିବାବେଳେ ସାମଗ୍ରୀ ଓ ଲେଖା ବିଲ ମଧ୍ୟରେ ତାଳମେଳ ନଥିବାରୁ ଏହା ଜବତ କରାଯାଇଥିବା ଜଣାପଡିଛି। ଗୋଟିଏ ପିକଅପରେ ହିରୋର ନୂଆ ଗାଡି ରହିଥିବାବେଳେ ଅନ୍ୟ ଦୁଇଟି ପିକ୍‍ଅପ ଓ ଟ୍ରକରେ  ଅନ୍ୟାନ୍ୟ ସାମଗ୍ରୀ ରହିଥିଲା। ତେବେ ପେନାଲଟି ପରେ ଏହି ଜବତ ଗାଡିଗୁଡିକ ଛଡାଯିବ ବୋଲି ଜିଏସଟି ଡେପୁଟି କମିଶନର ତପନକୁମାର ପାଢୀ କହିଛନ୍ତି।

Comments are closed.