ପରଲୋକରେ ଶିବାଜୀ ପଟ୍ଟନାୟକ

ଭୁବନେଶ୍ବର: ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସୋମବାର ୯୨ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଏନେଇ ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ ସୂଚନା ଦେଇଛନ୍ତି।
Related Posts
ସ୍ବର୍ଗତଃ ପଟ୍ଟନାୟକ ଭୁବନେଶ୍ବର ସାଂସଦ ଭାବେ ୩ ଥର ନିର୍ବାଚିତ ହୋଇଥିଲେ। ୧୯୭୭ରୁ ୧୯୮୦ ଓ ୧୯୮୯ରୁ ୧୯୯୬ ପର୍ଯ୍ୟନ୍ତ ସେ ପ୍ରତିନିଧିତ୍ବ କରିଥିଲେ।
Comments are closed.