ଶୀତଳଷଷ୍ଠୀ : ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟର ଶୁଭାରମ୍ଭ

ସମ୍ବଲପୁର : ସମ୍ବଲପୁରର ଝାଡୁଆପଡ଼ା ସ୍ଥିତ ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କ ପତ୍ରପେଣ୍ଡି ନିତି ସହିତ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି। ସେହିପରି କୁଲୁଥକାନୀ ସ୍ଥିତ ଶ୍ରୀ ଶ୍ରୀ କଳ୍ପେଶ୍ୱର ବାବା ଓ ବୁଢ଼ାରଜା ସ୍ଥିତ ଶ୍ରୀ ଶ୍ରୀ ପାହାଡେଶ୍ୱର ବାବାଙ୍କ ପତ୍ରପେଣ୍ଡି ନିତି ସହିତ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟର ଶୁଭାରମ୍ଭ ହୋଇଛି।
ଶ୍ରୀ ଶ୍ରୀ ଲୋକନାଥ ବାବା, ଝାଡୁଆପଡ଼ା

ସମ୍ବଲପୁରର ଝାଡୁଆପଡ଼ା ସ୍ଥିତ ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କ ପତ୍ରପେଣ୍ଡି ନିତି ସହିତ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି। କୋଭିଡ କଟକଣାକୁ କଡାକଡି ଭାବରେ ପାଳନ କରି ପଡ଼ାର ମୁରବୀ ମାନଙ୍କ ସହିତ ବରପିତା ଅମରନାଥ ସୁପକାର ଓ ସପ୍ତର୍ଷି ପୀତବାସ ବିଶି, ପୁରନ୍ଦର ପାଣିଗ୍ରାହୀ, ହରିହର ପଣ୍ଡା, ଜଗଦିଶ ବଡପଣ୍ଡା, ମାଧବ ଚନ୍ଦ୍ର ପଣ୍ଡା, ଧିରେନ୍ଦ୍ର କୁମାର ପଣ୍ଡା, ମନୋଜ ମିଶ୍ର ଓ ଡା. ସଦାନନ୍ଦ ପରିଚ୍ଛା କନ୍ୟା ଅନ୍ୱେଷଣରେ ଝାଡୁଆପଡ଼ା ସ୍ଥିତ ଶ୍ରୀ ଶ୍ରୀ ଲୋକନାଥ ମନ୍ଦିରରୁ ଶନିବାର ସନ୍ଧ୍ୟା ପ୍ରାୟ ୭ଟାରେ ବାହାରିଥିଲେ। ଶୀତଳଷଷ୍ଠୀ କର୍ମକର୍ତ୍ତାଙ୍କ ସହିତ ଆରଣ୍ୟକ ମଣ୍ଡପ ଠାରେ ପହଞ୍ଚିବା ପରେ ବରପିତା ଓ ସପ୍ତର୍ଷି ପହୁଞ୍ôଚବା ପରେ କନ୍ୟାପକ୍ଷ ପିତା ଛିନ୍ଦ୍ର ମାତା ଙ୍କୁ ସେମାନଙ୍କର ଆଗମନର ଅଭିପ୍ରାୟ ଜଣାଇଥିଲେ। ଉଭୟ ପକ୍ଷ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଗୁଣଗାନ କରିବା ପରେ ସ୍ଲୋକ, ମନ୍ତ୍ର ଉଚ୍ଚାରଣ ଓ ଶଙ୍ଖ ଧ୍ୱନି ମଧ୍ୟରେ କନ୍ୟା ପାର୍ବତୀଙ୍କ ପରିବାର ଲୋକେ ଝିଅ ଦେବାକୁ ରାଜି ହୋଇଥିଲେ। ବିବାହ ପାଇଁ ଉଭୟ ପକ୍ଷ ରାଜି ହେବା ପରେ ବରପିତା ଅମରନାଥ ସୂପକାର କନ୍ୟା ପିତା ମାତା ଙ୍କୁ ଶରଗୀ ପତ୍ର ପେଣ୍ଡା, ଶ୍ରୀଫଳ, ପୁଷ୍ପ, ମିଷ୍ଟାନ୍ନ, ଫଳ, ପ୍ରସାଧନ ସାମଗ୍ରୀ, ଶାଢ଼ୀ ଆଦି ଅର୍ପଣ କରି ଶ୍ରୀ ଲୋକନାଥ ବାବା ଓ ମାତା ପାର୍ବତୀଙ୍କ ଜୟ ଧ୍ୱନି ମଧ୍ୟରେ ବିବାହ ପ୍ରସ୍ତାବ ଚୂଡାନ୍ତ କରାଯାଇଥିଲା। ମନ୍ଦିର ପୂଜକ ରାମନାଥ ମହାପାତ୍ର ଓ ବିବାହ ପୂଜକ ମହେନ୍ଦ୍ର ପୂଜାରୀ ପୂଜା କାର୍ଯ୍ୟ ତୁଲାଇଥିଲେ। ଏହି ଅବସରରେ ଷଷ୍ଠୀ କମିଟି ତରଫରୁ ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ପାର୍ଥ ସାରଥୀ ମିଶ୍ର, ସଞ୍ଜୀବ ପାଢ଼ୀ, ଶ୍ରୀମନ୍ତ ମିଶ୍ର, ପ୍ରାଣରଞ୍ଜନ ପଣ୍ଡା, ସିତାରାମ ସୁପକାର, ସଞ୍ଜୟ ମିଶ୍ର, ଶୁଭେନ୍ଦ୍ର ପଣ୍ଡା, ଶୁଭେନ୍ଦୁ ମିଶ୍ର, ମିଲୁ ପାଣିଗ୍ରାହୀ, ଅନୁପମ ମିଶ୍ର, ପ୍ରକାଶ ପୂଜାରୀ ଓ କୈଳାଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

ଶ୍ରୀ ଶ୍ରୀ କଳ୍ପେଶ୍ୱର ବାବା, କୁଲୁଥକାନୀ

ସମ୍ବଲପୁରର କୁଲୁଥକାନୀ ସ୍ଥିତ ଶ୍ରୀ ଶ୍ରୀ କଳ୍ପେଶ୍ୱର ବାବାଙ୍କ ପତ୍ରପେଣ୍ଡି ନିତି ସହିତ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି। ଶନିବାର ସନ୍ଧ୍ୟାରେ କୋଭିଡ କଟକଣା ପାଳନ କରି ମନ୍ଦିର ପରିସରରୁ ଚଳିତ ବର୍ଷର କନ୍ୟା ପିତାମାତା ଉପେନ୍ଦ୍ର ପାଢ଼ୀ ଓ ପଦ୍ମିନୀ ପାଢ଼ୀଙ୍କ ଘରକୁ ବରପିତା ଓ ସପ୍ତର୍ଷି ନିରାଡମ୍ବର ଭାବରେ ଯାଇଥିଲେ। କନ୍ୟା ପକ୍ଷଙ୍କୁ ବରପକ୍ଷ ଆସିବାର କାରଣ ଜଣାଇବା ପରେ କଥୋପକଥନ ପରେ ଉଭୟ ପକ୍ଷ ବିବାହ ପାଇଁ ରାଜି ହୋଇଥିଲେ। ଏହା ପରେ ବରପିତା ହେମନ୍ତ ତ୍ରିପାଠୀ ପାଢ଼ୀ ଦମ୍ପତିଙ୍କୁ ଶର୍ଗିପତ୍ର, ଗୁଆ, ଚାଉଳ ଆଦି ପ୍ରଦାନ କରି ଦେବ ବିବାହ ଚୂଡାନ୍ତ କରିଥିଲେ। ସପ୍ତର୍ଷି ରୂପେ ଉଦିତ ପାଟ୍ଟଯୋଶୀ, ପ୍ରକାଶ ମିଶ୍ର, ରବି ପଣ୍ଡା, ଅନୀଲ ତ୍ରିପାଠୀ, ଅରବିନ୍ଦ ନାୟକ, ଯଜ୍ଞେଶ୍ବର ପାଣିଗ୍ରାହୀ ଓ ସୁରେଶ ମିଶ୍ର ପ୍ରମୁଖ ଦାୟିତ୍ୱ ତୁଲାଇ ଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସୁରଥ ବାଗ, କାର୍ତ୍ତିକେଶ୍ୱର ମେହେର, ରୁଦ୍ରଦେବ ପ୍ରଧାନ, ଇନ୍ଦ୍ରମଣି ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ।

ଶ୍ରୀ ଶ୍ରୀ ପାହାଡେଶ୍ୱର ବାବା, ବୁଢ଼ାରଜା

ସମ୍ବଲପୁରର ବୁଢ଼ାରଜା ସ୍ଥିତ ଶ୍ରୀ ଶ୍ରୀ ପାହାଡେଶ୍ୱର ବାବାଙ୍କ ପତ୍ରପେଣ୍ଡି ନିତି ସହିତ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି। ଶନିବାର କୋଭିଡ କଟକଣା ପାଳନ କରି ବରପିତା ଅରୁଣ କୁମାର ତ୍ରିପାଠୀ ସପ୍ତର୍ଷି ଭଗବାନ ତ୍ରିପାଠୀ, ସୁଶୀଲ ତ୍ରିପାଠୀ, ଅଶୋକ ତ୍ରିପାଠୀ, ସୁନୀଲ ତ୍ରିପାଠୀ, ଅଚ୍ୟୁତାନନ୍ଦ ତ୍ରିପାଠୀ, କିଶୋର ତ୍ରିପାଠୀ ଓ ଦେବେନ୍ଦ୍ର ଦାଶ ଙ୍କ ସହିତ ମନ୍ଦିରରୁ ବାହାରି ଅଇଁଠାପାଲି ସ୍ଥିତ କନ୍ୟା ପିତା ମାତା ଜଗତ କିଶୋର ଦାନୀ ଓ ମାତା ସବିତା ଦାନୀଙ୍କ ବାସଭବନରେ ପହଞ୍ଚିଥିଲେ।। କନ୍ୟା ପକ୍ଷଙ୍କୁ ବରପକ୍ଷ ଆସିବାର କାରଣ ଜଣାଇବା ପରେ କଥୋପକଥନ ପରେ ଉଭୟ ପକ୍ଷ ବିବାହ ପାଇଁ ରାଜି ହୋଇଥିଲେ। ଏହା ପରେ ବରପିତା ଅରୁଣ ତ୍ରିପାଠୀ ଦାନୀ ଦମ୍ପତିଙ୍କୁ ଶର୍ଗିପତ୍ର, ଗୁଆ, ଚାଉଳ ଆଦି ପ୍ରଦାନ କରି ଦେବ ବିବାହ ଚୂଡାନ୍ତ କରିଥିଲେ। ପୂଜାକାର୍ଯ୍ୟ ମନ୍ଦିର ପୂଜକ ରାଜା ସିଂ ଓ ବିବାହ ପୂଜକ ଶୈଳେନ୍ଦ୍ର ପୂଜାରୀ ତୁଲାଇଥିଲେ।

Comments are closed.