ନାଗରିକତା ଆଇନ: ଆସାମ ହିଂସାର ଏସଆଇଟି ତଦନ୍ତ ନିର୍ଦେଶ, କର୍ଣ୍ଣାଟକରେ ସିଦ୍ଦରମେୟାଙ୍କୁ ନୋଟିସ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଆସାମରେ ଘଟିଥିବା ହିଂସାକାଣ୍ଡର ଏସଆଇଟି ତଦନ୍ତ ହେବ। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏ ନେଇ ସ୍ବତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି) ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନାଗରିକତା ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ରାଜ୍ୟରେ ହିଂସାକାଣ୍ଡ ଘଟିଥିଲା। ଏହାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ଯେଉଁମାନେ ହିଂସାରେ ସାମିଲ ରହିଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପଟେ କର୍ଣ୍ଣାଟକର ମାଙ୍ଗାଲୁରୁ ପୁଲିସ କମିଶନର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ ନୋଟିସ ଜାରି କରିବା ସହିତ ମାଙ୍ଗାଲୁରୁ ନ ଆସିବାକୁ କହିଛନ୍ତି। ସିଦ୍ଦରମେୟା ମାଙ୍ଗାଲୁରୁ ଗସ୍ତରେ ଯିବାର ଥିଲା। କିନ୍ତୁ ତାଙ୍କ ଗସ୍ତ ଫଳରେ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇ ପାରେ ବୋଲି ପୁଲିସ କମିଶନର ନୋଟିସରେ ଉଲ୍ଲେଖ କରିଛନ୍ତି।

Comments are closed.