ନଣନ୍ଦକୁ ହତ୍ୟା କରି ଏକ ତରଫା ପ୍ରେମର କାହାଣୀ ରଚିଥିଲେ ଭାଉଜ, ଗିରଫ ହେଲେ

ଖୋର୍ଦ୍ଧା: କୁହାଯାଏ ଚୋର ଘର ସବୁ ଦିନ ଅନ୍ଧାର ନଥାଏ। ଏହି ଉକ୍ତିଟିକୁ ସତ ପ୍ରମାଣ କରିବାକୁ ଯାଇ ପୁଲିସ ଅନ୍ଧାର ଘର ମଧ୍ୟରୁ ହତ୍ୟାକରୀକୁ ଖୋଜି ବାହାର କରିଛି। ବାଲୁଗାଁ ଗଙ୍ଗନଗରରେ ଛାତ୍ରୀଙ୍କ ଗଳା କାଟି ହତ୍ୟା ଘଟଣାର ଏସପି ଅଜୟ ପ୍ରତାପ ସ୍ବାଇଁ ପର୍ଦ୍ଦାଫାସ କରିଛନ୍ତି। ଏକ ତରଫା ପ୍ରେମକୁ ନେଇ ଏହି ହତ୍ୟାକାଣ୍ଡ ଘଟିନାହିଁ ବରଂ ଘରୋଇ ହିଂସାକୁ କେନ୍ଦ୍ର କରି ଛାତ୍ରୀଙ୍କୁ ଗଳା କାଟି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପଛରେ ଖୋଦ୍ ଛାତ୍ରୀଙ୍କ ଭାଉଜଙ୍କ ହାତ ରହିଛି ବୋଲି ଏସପି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୪ ତାରିଖ ରାତିରେ କୌଣସି କଥାକୁ ନେଇ ଉଭୟ ନଣନ୍ଦ ଓ ଭାଉଜଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ପ୍ରତିଶୋଧପରାୟଣ ହୋଇ କାବେରୀ ନଣନ୍ଦ ଗୁଗୁଲିକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଶନିବାର ସନ୍ଧ୍ୟାରେ ବିଦ୍ୟୁତ୍ କାଟ ହୋଇଥିବା ସମୟରେ ଅନ୍ଧାରର ସୁଯୋଗ ନେଇ କାବେରୀ ଏକ ଛୁରୀରେ ଗୁଗୁଲିଙ୍କ ଗଳା କାଟି ହତ୍ୟା କରିଥିଲେ। ପରେ ନିଜ ଉପରୁ ଦୋଷ ଖସାଇବାକୁ ଏହାକୁ ଏକତରଫା ପ୍ରେମର ରୂପ ଦେଇଥିଲା। ଏକତରଫା ପ୍ରେମରୁ ଜଣେ ଯୁବକ ଘରେ ପଶି ଗୁଗୁଲିକୁ ହତ୍ୟା କରାଯାଇଛି ବୋଲି ଭାଉଜ କାହାଣୀ ରଚିଥିଲେ। ଏହା ସହ ଗାଁର ଜଣେ ଯୁବକଙ୍କ ନାମକୁ ଅଭିଯୋଗରେ ଯୋଡିଥିଲେ। କିନ୍ତୁ ଏହି କାହାଣୀକୁ ପୁଲିସ ସହଜରେ ବିଶ୍ବାସ କରିପାରିନଥିଲା। ଭାଉଜ ଉପରେ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା। ଅଧିକ ପଚରାଉଚରା ପରେ ହତ୍ୟାକରୀ ଭାଉଜ ପୁଲିସ ଆଗରେ ସବୁ ସତ ଓଗାଳି ଥିଲା। ପରେ ପୁଲିସ ହତ୍ୟାକରୀ ଭାଉଜକୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.