ଏନଡିଏରୁ ଓହରିଲା ଅକାଳୀ ଦଳ

ନୂଆଦିଲ୍ଲୀ : କୃଷି ବିଧେୟକକୁ ନେଇ ନାରାଜ ଥିବା ଅକଳୀ ଦଳ ଶନିବାର ନିଜକୁ ଶାସକ ଏନଡିଏରୁ ପ୍ରତ୍ୟାହାର କରି ନେଇଛି। ପୂର୍ବରୁ ଅକାଳୀ ସାଂସ ହରସିମରତ କୌର ବାଦଲ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ପ୍ରଦାନ କରିଥିଲେ। ସେହିଦିନ ଠାରୁ ଅନୁମାନ କରାଯାଉଥିଲା ଅକାଳୀ ଦଳ ଏନଡିଏରୁ ଓହରି ଯାଇପାରେ। ଆଜି ଅକାଳୀ ଦଳ ମୁୁଖ୍ୟ ସୁଖବୀର ସିଂହ ବାଦଲ ପାର୍ଟି କୋର କମିଟି ବୈଠକ ପରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ଦୀର୍ଘଦିନ ଧରି ବିଜେପି ସହ ସମ୍ପର୍କ ରଖି ଆସିଥିବା ଅକାଳୀ ଦଳ ପଞ୍ଜାବରେ ସରକାର ଗଠନ କରିବା ସହ କେନ୍ଦ୍ର ସରକାରଙ୍କୁ ସବୁ କ୍ଷେତ୍ରରେ ସମର୍ଥନ ଯୋଗାଇ ଆସିଥିଲା। କେନ୍ଦ୍ରରେ ବିଜେପିର ଏକକ ସଂଖ୍ୟା ଗରିଷ୍ଠ ଥିବାରୁ ଅକାଳୀ ଦଳର ସମର୍ଥନ ପ୍ରତ୍ୟାହାର କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଜେପି କହିଛି।

Comments are closed.