ହନୁମାନ ବେଶରେ ଭୋଟ ଭିକ୍ଷା

ସିନ୍ଧେକେଲା: ହନୁମାନ ବେଶରେ ଭୋଟ ଭିକ୍ଷା କରୁଛନ୍ତି ଆଶାୟୀ। ଅଞ୍ଚଳର ବିକାଶ ପାଇଁ ଦେଉଛନ୍ତି ନିର୍ଭର ପ୍ରତିଶ୍ରୁତି। ଜଣେ ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ହନୁମାନ ବେଶ ଧାରଣ କରି ଭୋଟ ପ୍ରଚାର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗ୍ରାମ ପଞ୍ଚାୟତର ୧୪ ନମ୍ବର ୱାଡ଼ ସଭ୍ୟ ପ୍ରାର୍ଥୀ ନୂତନ ସାହୁ ହନୁମାନ ବେଶ ଧରି ନିଜ ୱାଡ଼ର ସମସ୍ତ ଭୋଟରମାନଙ୍କ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ। ଏଭଳି ଦୃଶ୍ୟ ସିନ୍ଧେକେଲାରେ ପ୍ରଥମ ଥର ଦେଖିବାକୁ ମିଳିଥିଲା। ଏହାସହିତ ଛୋଟ ପିଲାମାନେ ମଧ୍ୟ ତାଙ୍କ ସହିତ ବୁଲି ମନୋରଞ୍ଜନ କରିଥିଲେ ।

Comments are closed.