ଦୀପାବଳିରେ ହୋଲି ଶୁଭେଚ୍ଛା ଜଣାଇ ସିନ୍ଧୁ ପ୍ରଦେଶ ମୁଖ୍ୟମନ୍ତ୍ରୀ ସମାଲୋଚିତ

ନୂଆଦିଲ୍ଲୀ: ଦୀପାବଳି ଉପଲକ୍ଷେ ବିଶ୍ବର ବିଭିନ୍ନ ରାଜନେତା ଭାରତୀୟ ଓ ଅନ୍ୟାନ୍ୟ ରାଷ୍ଟ୍ରର ହିନ୍ଦୁଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। ତେବେ ପାକିସ୍ତାନ ସିନ୍ଧୁ ପ୍ରଦେଶର ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହା ଦୀପାବଳି ଅବସରରେ ହୋଲିର ଶୁଭେଚ୍ଛା ଜଣାଇ ସାଧାରଣରେ ନିନ୍ଦିତ ହୋଇଛନ୍ତି। ସିନ୍ଧ ପ୍ରଦେଶରେ ବହୁସଂଖ୍ୟାରେ ହିନ୍ଦୁ ରହୁଥିବାରୁ ନଭେମ୍ବର ୪ ତାରିଖ ଦୀପାବଳି ଦିନ ମୁରାଦ ତାଙ୍କ ଟ୍ବିଟରରେ ହୋଲିର ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରିଥିଲେ। ନିଜର ଭୁଲ୍‌କୁ ଜାଣିପାରି ମୁରାଦ ତାଙ୍କର ଏହି ପୋଷ୍ଟକୁ ତୁରନ୍ତ ହଟାଇ ଦେଇଥିଲେ। ମାତ୍ର ମୁରାଦଙ୍କ ଅନୁଗାମୀମାନେ ଏହାକୁ ନେଇ ତାଙ୍କୁ ସମାଲୋଚନା କରିଛନ୍ତି। ମୁରାଦଙ୍କ ତ୍ରୁଟିପୂର୍ଣ୍ଣ ଟୁଇଟ୍‌ର ସ୍କ୍ରିନ୍‌ସଟ୍‌କୁ ପାକିସ୍ତାନର ସାମ୍ବାଦିକ ମୂର୍ତ୍ତାଜା ସୋଲାଙ୍ଗି ସେୟାର କରି ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହୋଲି ଓ ଦୀପାବଳି ମଧ୍ୟରେ ପାର୍ଥକ୍ୟ ଜାଣି ପାରୁନାହାନ୍ତି।

Comments are closed.