ଲଗାଣ ବର୍ଷାରେ ଉପୁଡି ପଡିଲା ଶହେ ବର୍ଷର ପୁରୁଣା ବରଗଛ

ସିମୁଳିଆ : ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଳକ ଚାଲୁଣି ଗାଁ ପଞ୍ଚାୟତର ସାଧୁବୀର ଗାଁ ଶେଷ ମୁଣ୍ଡରେ ୫ଦିନ ଧରି ଲଗାଣ ବର୍ଷା ଯୋଗୁଁ ଶହେ ବର୍ଷର ଅଧିକ ପୁରୁଣା ଏକ ବରଗଛ ଉପୁଡିଯାଇ ଗାଁ ରାସ୍ତାକୁ ଅବରୋଧ କରିଛି । ଖବର ପାଇ ଅଡା ଦମକଳ ବାହିନୀ ଓ ସିମୁଳିଆ ଅତିରିକ୍ତ ତହସିଲଦାର ଭିମକାନ୍ତ କାନ୍ତ ମାଝୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ନେଇ ସ୍ଥାନୀୟ ଅଞ୍ଚଳ ସ୍ଥିତି ନିରୀକ୍ଷଣ କରି ଫେରିଥିବାର ଜାଣାଯାଇଛି। ସେହିପରି ଅଡା ପଞ୍ଚାୟତର ଅଡା ବସ୍ତିରେ ଲଗାଣ ବର୍ଷା ଯୋଗୁଁ ବାବୁ ସାହାଙ୍କ ପୁଅ ସମସେର ଶାହାଙ୍କ ପୁରୁଣା ତେନ୍ତୁଳି ଗଛଟି ଉପୁଡିଯାଇ ଘର ଉପରେ ପଡ଼ିଥିଲା। ଫଳରେ ଏଜେବେଷ୍ଟ ଭାଙ୍ଗି ଯାଇଥିବାବେଳେ ଘର ଭିତରେ ଥିବା ପରିବାରର କାହାରି କିଛି କ୍ଷତି ହୋଇନାହିଁ । ଖବର ପାଇ ଅଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ସଫା କରି ଦେଇଥିବା ଜଣାପଡିଛି ।

Comments are closed.