MEllora 950×100

ଗୁରୁବାର ବିଶେଷ : ଚୁଟ୍‌‌କିରେ ଦୂର ହେବ ସମସ୍ୟା , ହେବ ଧନବୃଦ୍ଧି

ସନାତନ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ ଦେବୀଦେବତାଙ୍କୁ ସମର୍ପିତ। ଏହି କ୍ରମରେ ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ଦେବ ଗୁରୁ ବୃହସ୍ପତିଙ୍କୁ ସମର୍ପିତ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ମାନଙ୍କ ମଧ୍ୟରେ ବୃହସ୍ପତି ଅଧିକ ଶୁଭଫଳ ପ୍ରଦାନ କରୁଥିବା ଗ୍ରହ ବୋଲି କୁହାଯାଏ। ଦେବ ଗୁରୁ ବୃହସ୍ପତି ଓ ଭଗବାନ ବିଷ୍ଣୁଙ୍କୁ ହଳଦିଆ ବସ୍ତୁ ଖୁବ ପ୍ରିୟ। ତେଣୁ ଗୁରୁବାର ଦିନ ପୂଜାରେ ହଳଦିଆ ରଙ୍ଗ ବ୍ୟବହାରର ଅଧିକ ମହତ୍ତ୍ୱ ରହିଛି। ଜାଣନ୍ତୁ ଗୁରୁବାର କେଉଁ ଜିନିଷ ଦାନ କରିବେ..
ଭାଗ୍ୟରେ ସୁପରିବର୍ତ୍ତନ ପାଇଁ ଗୁରୁବାର ଦିନ ହଳଦିଆ ରଙ୍ଗର ଅନ୍ନ କିମ୍ବା ଖେଚେଡି, ବୁଟ ଡାଲିର ଦାନ କରିବା ଶୁଭଙ୍କର।
କର୍ମକ୍ଷେତ୍ରରେ କିମ୍ବା ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଲାଗି ରହୁଥିଲେ, ଶୁଭଫଳ ପ୍ରାପ୍ତି ପାଇଁ ଗୁରୁବାର ଦିନ ବୃହସ୍ପତିଙ୍କୁ ପୂଜାର୍ଚ୍ଚନା କରିବା ସହ ହଳଦିଆ ରଙ୍ଗର ଫଳ ଓ ମିଠା ଅର୍ପଣ କରନ୍ତୁ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗୁରୁବାର ଦିନ ଯେକୌଣସି ବ୍ରାହ୍ମଣଙ୍କୁ ହଳଦିଆ ବସ୍ତ୍ର ଦାନ ଦିଅନ୍ତୁ। ଏହାଦ୍ୱାରା କାର୍ଯ୍ୟରେ ସଫଳତା ମିଳେ।
ଆପଣଙ୍କ ଜୀବନରେ ବାରମ୍ବାର ସମସ୍ୟା ଲାଗି ରହୁଥିଲେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ସୁରେଇ ଦାନ କରନ୍ତୁ। ଏହାଦ୍ୱାରା ଅନେକ ସମସ୍ୟାରୁ ମୁକ୍ତି ମିଳିବ।
ଘରେ ଆର୍ଥିକ ସମସ୍ୟା ଲାଗି ରହୁଥିଲେ, ଟଙ୍କାର ଅଭାବ ହେଉଥିଲେ, ଅଯଥାରେ ଟଙ୍କା ଖର୍ଚ୍ଚ ହେଉଥିଲେ, ଗୁରୁବାର ଦିନ ପାନ ପତ୍ରରେ ୨ଖଣ୍ଡ ଗୋଟା ହଳଦୀ ରଖି ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ଅର୍ପଣ କରନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଆଶାନୁରୂପକ ଲାଭ ହେବା ସହ ଧନର ଅଭାବ ହୋଇନଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କୌଣସି ବ୍ୟକ୍ତିଙ୍କ ବିବାହରେ ସମସ୍ୟା ଲାଗି ରହୁଥିଲେ, ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ମନ୍ଦିରରେ କିମ୍ବା କୌଣସି ଅସହାୟଙ୍କୁ ହଳଦୀ ଦାନ କରନ୍ତୁ।

Comments are closed.