ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

କଣ୍ଟାବାଞ୍ଜି: ୨୦୨୦ ମସିହାରେ ତୁରେକେଲା ବ୍ଲକ ହିଆଲ ଗ୍ରାମର ଶୋଭାବନ ଗଏଂତା ଓରଫ ବନ ଗୋଲା ଗଂଏତାଙ୍କୁ ଏକ ହତ୍ୟା ଅଭିଯୋଗରେ ବିଚାରପତି ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଆଜି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୋରା ଜଜଙ୍କ କୋର୍ଟରେ ତୁରେକେଲା ବ୍ଲକ ହିଆଲ ଗ୍ରାମର ଶୋଭାବନ ଓରଫ ବନବୋଲା ଗଏଂତାକୁ ହିଆଲ ଗ୍ରାମର ଖେତି ସଗରିଆଙ୍କୁ ୨୦୨୦ ସେପ୍ଟେମ୍ବର ମାସ ୧୫ ତାରିଖ ଦିନ ସନ୍ଧ୍ୟା ସମୟରେ ଘରୁ ଡାକିନେଇ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତକୁ ଦଫା ୩୦୨ରେ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜୋରିମାନା ନ ଦେଲେ ଅଧିକ ୨ ବର୍ଷ ସଶ୍ରମ କାରାଦଣ୍ଡ ଦଫା ୨୦୧ରେ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଜୋରିମାନା, ଅନାଦେୟ ୧ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଜୋରିମାନା ଟଙ୍କା ଅଭିଯୁକ୍ତ ପୈଠ କଲେ ସେଥି ମଧ୍ୟରୁ ୧୦ ହଜାର ଟଙ୍କା ମୃତକ ପରିବାରକୁ ଦେବା ପାଇଁ ରାୟ ଶୁଣାଇଛନ୍ତି।

Comments are closed.