ନାସା ସାଟେଲାଇଟ୍ ଚିତ୍ରରେ ନିଆଁ ଲିଭିବାର ସଙ୍କେତ

ଭୁବନେଶ୍ବର: ଶିମିଳିପାଳରେ ନିଆଁ ଆୟତ୍ତକୁ ଆସିଥିବା ଆଜି ବନାଗ୍ନି ପରିଚାଳନା ଟାସ୍କଫୋର୍ସ ଓ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ପ୍ରମୁଖ ସଚିବ ଡ ମୋନା ଶର୍ମା କହୁଥିବାବେଳେ ନାସା ସାଟେଲାଇଟ ଚିତ୍ରରୁ ଏ ନେଇ ମଧ୍ୟ ସଙ୍କେତ ମିଳିଛି। ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ ଜୋନରେ କୌଣସି ସ୍ଥାନରେ ଆଉ ନିଆଁ ଜଳୁ ନାହିଁ। ବର୍ଷା କାରଣରୁ ଜଳୁଥିବା ନିଆଁ ଅନେକ ପରିମାଣରେ ପ୍ରଶମିତ ହୋଇଥିବା ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ଚଳିତବର୍ଷ ରାଜ୍ୟରେ ୩୦ ହଜାରରୁ ଊର୍ଦ୍ଧ୍ବ ଜଙ୍ଗଲ ଅଞ୍ଚଳରେ ନିଆଁ ଲାଗିଥିବାବେଳେ ଏଥିରେ ବହୁ ସଂଖ୍ୟାର ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ବହୁ ଔଷଧୀୟ ବୃକ୍ଷ ବନାଗ୍ନିରେ ନଷ୍ଟ ହୋଇଥିବା ପରିବେଶବିତ ଆଶଙ୍କା ବ୍ୟକ୍ତ କରିଛନ୍ତି।

Comments are closed.