ଆଜି ଶିମିଳିପାଳ ବନ୍ଦ

ବାରିପଦା: ବାତ୍ୟା ‘ଜୱାଦ’ ପ୍ରଭାବରେ ଲଗାଣ ବର୍ଷା ଚାଲିଥିବାରୁ ଆଜି (ସୋମବାର) ମଧ୍ୟ ଶିମିଳିପାଳକୁ ବନ୍ଦ ରଖାଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି। ଲଗାଣ ବର୍ଷା ପାଇଁ ଶନିବାର ଓ ରବିବାର ଶିମିଳିପାଳକୁ ପର୍ଯ୍ୟଟକଙ୍କ ପ୍ରବେଶକୁ ବନ୍ଦ ରଖାଯାଇଥିବା ବେଳେ ଏହାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ତେବେ ଯେଉଁ ପର୍ଯ୍ୟଟକମାନେ ଶିମିଳିପାଳରେ ରାତି ରହଣି ପାଇଁ ଅଗ୍ରୀମ ବୁକିଂ କରିଥିବେ ସେମାନଙ୍କ ପ୍ରବେଶ ପାଇଁ କିଛି କଟକଣା ନାହିଁ। ସେମାନେ ଶିମିଳିପାଳ ଜୈବମଣ୍ଡଳ ଭିତରେ ଥିବା ବିଭିନ୍ନ ରହଣିସ୍ଥଳରେ ରାତ୍ରଯାପନ କରିପାରିବେ।

Comments are closed.