ନିଜ ପିଲାଙ୍କୁ ସୀମାନ୍ତକୁ ପଠାନ୍ତୁ- ସିଧୁଙ୍କୁ ଗୌତମ ଗମ୍ଭୀରଙ୍କ ଆହ୍ୱାନ

ନୂଆଦିଲ୍ଲୀ: କର୍ତାରପୁର ସାହିବ ଦର୍ଶନରେ ଯାଇଥିବା ଅବସରରେ ପଞ୍ଜାବ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ‘ବଡ ଭାଇ’ ବୋଲି ସମ୍ବୋଧନ କରିବା ପରେ ତାକୁ ନେଇ ଦେଶର ବିଭିନ୍ନ ମହଲରେ ବ୍ୟାପକ ପ୍ରତିକ୍ରିୟା, ଅସନ୍ତୋଷ ଏବଂ ବିରୋଧାଭାସ ସୃଷ୍ଟି ହୋଇଛି । ସିଧୁଙ୍କର ଏଭଳି ବିବୃତି ଉପରେ ନିଜର ପ୍ରତିକ୍ରିୟା ଦେଇ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ସିଧୁଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏକ ଆତଙ୍କି ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କୁ ସିଧୁ ନିଜର ବଡଭାଇ ବୋଲି କହିବା ଅତ୍ୟନ୍ତ ପରିତାପର ବିଷୟ । ଗମ୍ଭୀର କହିଛନ୍ତି, ଭାରତ ଗତ ୭୦ବର୍ଷ ଧରି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୁଦ୍ଧରେ ଲଢେଇ କରିଆସୁଛି । ଏଭଳି ପରିସ୍ଥିତିରେ ସିଧୁଙ୍କର ଏଭଳି ବୟାନ ଅତ୍ୟନ୍ତ ଲଜ୍ଜାଜନକ । ସିଧୁ ନିଜ ପୁଅ ଅଥବା ଝିଅକୁ ସୀମାନ୍ତକୁ ପଠାନ୍ତୁ ଏବଂ ତାହାପରେ ଇମ୍ରାନ ଖାଁଙ୍କୁ ନିଜର ବଡଭାଇ ବୋଲି କହନ୍ତୁ ବୋଲି ଗମ୍ଭୀର ମନ୍ତବ୍ୟ ରଖିଛନ୍ତି ।

Comments are closed.