ସିଦ୍ଧାନ୍ତ କପୁରଙ୍କୁ ଜାମିନ

ବେଙ୍ଗାଲୁରୁ: ଡ୍ରଗ୍ସ ମାମଲାରେ ଧରାପଡ଼ିଥିବା ସିଦ୍ଧାନ୍ତ କପୁରଙ୍କୁ ଜାମିନ ମିଳିଛି। ରବିବାର ରାତିରେ ବେଙ୍ଗାଲୁରୁର ଏକ ହୋଟେଲରୁ ଡ୍ରଗ୍ସ ମାମଲାରେ ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ତଥା ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତଙ୍କୁ ପୁଲିସ ଅଟକ ରଖିଥିଲା। ସିଦ୍ଧାନ୍ତଙ୍କ ସମେତ ମୋଟ୍‌ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ବେଙ୍ଗାଲୁରୁ ପୁଲିସ। ମେଡିକାଲ ଟେଷ୍ଟରେ ସେମାନଙ୍କ ରକ୍ତ ନମୁନାରେ ଡ୍ରଗ୍ସ ମିଳିଥିଲା। କିନ୍ତୁ ବର୍ତ୍ତମାନ ଏହି ମାମଲାରେ ୫ ଜଣଙ୍କୁ ଜାମିନ ମିଳିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ରବିବାର ବେଙ୍ଗାଲୁରୁର ଏମଜି ରୋଡ ସ୍ଥିତ ଏକ ହୋଟେଲରେ ଏକ ପାର୍ଟି ଚାଲିଥିଲା। ପାର୍ଟରେ ଡ୍ରଗ୍ସ କାରବାର ନେଇ ପୁଲିସ ଖବର ପାଇ ସେଠାରେ ଚଢାଉ କରିଥିଲା। ଏହାପରେ ସିଦ୍ଧାନ୍ତଙ୍କ ସମେତ ୬ଜଣଙ୍କୁ ଡ୍ରଗ୍ସ ନେବା ମାମଲାରେ ପୁଲିସ ଅଟକ ରଖିଥିଲା।

Comments are closed.