ସିଡ୍‌ବିର ନେଟ ଲାଭ ୩.୬% ବୃଦ୍ଧି

ଭୁବନେଶ୍ୱର: ସ୍ମଲ ଇଣ୍ଡଷ୍ଟ୍ରିଜ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ (ସିଡବି) ଭାରତୀୟ ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ସମନ୍ୱିତ ଋଣ ଓ ବିକାଶ ସହାୟତା ପ୍ରଦାନରେ ନିୟୋଜିତ ରହିଛି । ଏହାର ୨୩ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷର ଫଳାଫଳ ଘୋଷଣା କରାଯାଇଛି । ଏଥିରେ ସିଡ୍‍ବିର ନେଟ ଲାଭ ୩.୬% ବୃଦ୍ଧି ପାଇଥିବା ଜଣାଯାଇଛି । ଏ ସମ୍ପର୍କରେ ପ୍ରକାଶ କରି ସିଡ୍‍ବିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶିବସୁବ୍ରମନିୟନ ରମନ କହିଛନ୍ତି ଯେ, କୋଭିଡ-୧୯ ଆହ୍ୱାନ ହେତୁ ଏମସଏମଇ ଉଦ୍ୟୋଗଗୁଡ଼ିକ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଏବଂ ଏପରି ଜଟିଳ ସମୟରେ ସିଡ୍‌ବି ସକ୍ରିୟ ଭାବରେ ଏହାର କାର୍ଯ୍ୟ ସମ୍ପାଦନ କରିଛି । ଭାରତ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଙ୍କ ପ୍ରୟାସକୁ ଆଗେଇନେବା ସହିତ ସିଡବି ସେଫ୍‌, ସେଫ ପ୍ଲସ, ଆରୋଗ୍ୟ ଓ ତ୍ୱରିତ ଆଦି ବହୁବିଧ ଯୋଜନାର ଶୁଭାରମ୍ଭ କରିଛି । ଏମଏସଏମଇ କ୍ଷେତ୍ରରେ ବୃଦ୍ଧି ପାଉଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି, ସିଡବି ଏହାର ବିକାଶ କାର୍ଯ୍ୟକୁ ଜାରି ରଖିଛି । ଏହା ସହିତ ଡିଜିଟାଲ ପୋର୍ଟାଲ୍ ଜରିଆରେ ୧୧ଟି ରାଜ୍ୟରେ ପ୍ରକଳ୍ପ ପରିଚାଳନା ୟୁନିଟ ପ୍ରତିଷ୍ଠା କରୁଛି । ଏହା ସହାୟତାରେ ୭ଟି ରାଜ୍ୟର ୧୭୦୦ ମହିଳା ଉଦ୍ୟୋଗୀ ୧୦୦ ସ୍ୱାବଲମ୍ବନ କନେକ୍ଟ କେନ୍ଦ୍ର ପ୍ରତିଷ୍ଠା କରି ଯୁବକମାନଙ୍କର ଆଶା/ ଅଭିଳାଷର ପୂରଣ କରୁଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହାର ଅପରେଟିଂ ଲାଭ (ପ୍ରୋଭିଜନ ପୂର୍ବରୁ) ପୂର୍ବ ଆର୍ଥିକ ବର୍ଷ ୨୦ ତୁଳନାରେ ୮.୦% ବୃଦ୍ଧି ହୋଇଛି ଯାହାକି ଟ.୪୦୬୩ କୋଟି । ସେହିଭଳି ୨୦୨୦-୨୧ରେ ନେଟ ଲାଭ ୩.୬% ବୃଦ୍ଧି ପାଇ ୨୩୯୮ କୋଟି ଟଙ୍କା, ହୋଇଛି ଯାହାକି ପୂର୍ବ ଆର୍ଥିକ ବର୍ଷରେ ଟ.୨୩୧୫ କୋଟି ରହିଥିଲା ।

Comments are closed.