ଶିବ ଶକ୍ତି ଭବନ ଉଦଘାଟିତ

ବାଙ୍କୀ : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସାହାଡପଦା ଶାଖାର ସ୍ଥାୟୀ ନବ ନିର୍ମିତ ଗୃହ ଶିବ ଶକ୍ତି ଭବନ ଉଦଘାଟିତ ହୋଇଯାଇଛି । ଆଧ୍ୟାତ୍ମିକ ଅନୁଷ୍ଠାନର ୨୪ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଏହି ଗୃହର ଶୁଭ ଉଦଘାଟନ ହୋଇଥିଲା । ଭୁବନେଶ୍ୱର ସବ୍‌ଜୋନ୍ ସଂଚାଳିକା ରାଜଜୋଗିନୀ ବ୍ରହ୍ମାକୁମାରୀ ରୀନା ଭଉଣୀଙ୍କ ସଂଚାଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଦୁଗୈଶନନ୍ଦିନୀ, ବିଧାୟକ ଅରବିନ୍ଦ ଢାଲି ଧ୍ବଜା ଉତ୍ତୋଳନ କରି ଶୁଭ ପ୍ରବେଶ କରିଥିଲେ । ପିପିଲି କଲେଜ ଅଧ୍ୟକ୍ଷା ପ୍ରତିଭା ମହାରଥୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଡଃ. ଗଣେଶ୍ୱର ସ୍ୱାଇଁ, ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.