କାଲିଠୁ ଛତ୍ରପୁର ଏନଏସି ୭ ଦିନ ସଟ୍‌ଡାଉନ, ବ୍ଲକ ଅଧ୍ୟକ୍ଷ କରୋନାରେ ଆକ୍ରାନ୍ତ

ଛତ୍ରପୁର: ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସୋମବାର ସୁଦ୍ଧା ଜିଲାରେ ୧୩୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ରୋକିବା ଦିଗରେ ରାଜ୍ୟ ସରକାର ଓ  ଜିଲା ପ୍ରଶାସନ ଅହରହ ଉଦ୍ୟମ କରୁଛି। ଏହାମଧ୍ୟରେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)କୁ ପ୍ରଶାସନ ପକ୍ଷରୁ ସଟ୍‌ଡାଉନ ଘୋଷଣା କରାଯାଇଛି। ଆସନ୍ତା କାଲିଠାରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଏନଏସିରେ ସଟ୍‌ଡାଉନ ଲାଗୁ କରାଯିବ। ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାକୁ ଖିଲାପ କଲେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ। ତେବେ ସଟ୍‌ଡାଉନ ଘୋଷଣା ପରେ ବଜାରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ବିଭିନ୍ନ ସାମଗ୍ରୀ କିଣିବା ଲାଗି ବଜାରରେ ଗହଳି ଲାଗି ରହିଥିଲା।

ଅନ୍ୟପଟେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ବ୍ଲକ ଅଧ୍ୟକ୍ଷଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.