ଖୋଲିଲା ଶ୍ରୀ ମନ୍ଦିର, ଏବେ ପୁରୀ-ଚକ୍ରଧରପୁର ଟ୍ରେନ ଚଳାଚଳ ପାଇଁ ଦାବି

ପାଟଣା : ଦୀର୍ଘ ଦିନର ବ୍ୟବଧାନ ପରେ ପୁରୀରେ ଶ୍ରୀ ମନ୍ଦିର ଖୋଲିଥିବାରୁ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମନରେ ଦର୍ଶନ ପାଇଁ ବ୍ୟାକୁଳତା ରହିଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାରୁ ମଧ୍ୟ ହଜାର ହଜାର ଭକ୍ତ ପୁରୀ ଯାଇ ତିନି ଠାକୁରଙ୍କୁ ଦର୍ଶନ ପାଇଁ ବ୍ୟାକୁଳ ହେଲେଣି । ଏଭଳି ସମୟରେ ପୁରୀକୁ ସିଧାସଳଖ ଯୋଗାଯୋଗ ରଖୁଥିବା ପୁରୀ-ଚକ୍ରଧରପୁର ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ କରିବା ସହ କେନ୍ଦୁଝରଗଡ-ଭୁବନେଶ୍ୱର ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅଞ୍ଚଳବାସୀ ମତ ରଖିଛନ୍ତି। ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ସମ୍ମାନ ଦେଇ ଦୁଇଟି ଯାକ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ କରିବାକୁ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।

Comments are closed.