‘ରାମାୟଣ’ ଓ ‘ମହାଭାରତ’ର ରେକର୍ଡ ଭାଙ୍ଗିଲା ‘ଶ୍ରୀ କୃଷ୍ଣ’

ନୂଆଦିଲ୍ଲୀ : ଲକଡାଉନ୍ ସମୟରୁ ଦୂରଦର୍ଶନରେ ଲୋକପ୍ରିୟ ଧାରାବାହିକ ଗୁଡିକର ପୁନଃ ପ୍ରସାରଣ ଆରମ୍ଭ ​ହୋଇଛି । ରାମାୟଣ, ମହାଭାରତ, ଉତ୍ତର ରାମାୟଣ, ଆଦିର ପ୍ରସାରଣ ହୋଇଛି ଏବଂ ଶକ୍ତିମାନ,ଚାଣକ୍ୟ ତଥା ଅନେକ ସାମାଜିକ ଧାରାବାହିକ ଗୁଡିକର ପୁନଃ ପ୍ରସାରଣ ହେଉଛି। ତେବେ ଏବେ ପ୍ରସାରିତ ହେଉଥିବା ପୌରାଣିକ ଧାରାବାହିକ ‘ଶ୍ରୀ କୃଷ୍ଣ’ ପୂର୍ବର ସମସ୍ତ ରେକର୍ଡ ଭଙ୍ଗ କରି ଟିଆରପି ରେଟିଂରେ ଶୀର୍ଷରେ ରହିଛି।

ପ୍ରସିଦ୍ଧ ନିର୍ମାତା ନିର୍ଦେଶକ ରାମାନନ୍ଦ ସାଗରଙ୍କ ‘ଶ୍ରୀ କୃଷ୍ଣ’ ସବୁବର୍ଗର ଦର୍ଶଙ୍କ ଦ୍ବାରା ଆଦୃତ ଲାଭ କରିଛି। ଫଳରେ ଏହା ଟିଆରପି ରେଟିଂରେ ଶୀର୍ଷ ସ୍ଥାନରେ ରହିଛି ବୋଲି ପ୍ରସାରଭାରତୀ ପକ୍ଷରୁ ଟ୍ବିଟ ମାଧ୍ୟମରେ ସୂଚନା ଦିଆଯାଇଛି।

Comments are closed.