ଶନିଦେବ ମହାପ୍ରଭୁଙ୍କ ବାର୍ଷିକ ପୂଜା ଓ ଶାନ୍ତି ହୋମ

ବୌଦ୍ଧ : ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବିରାଜିତ ନବଗ୍ରହଙ୍କ ପୀଠରେ ଶ୍ରୀ ଶନିଦେବ ମହାପ୍ରଭୁଙ୍କ ବାର୍ଷିକ ପୂଜା ଓ ଶାନ୍ତି ହୋମ ଅନୁଷ୍ଠିତ ହୋଇଛି । କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ଶ୍ରୀ ଶନିଦେବ ମହାପ୍ରଭୁଙ୍କ ବାର୍ଷିକ ପୂଜା ଓ ଶାନ୍ତି ହୋମ ଅନୁଷ୍ଠିତ ହୋଇଥିଲା । ପରମ୍ପରା ପ୍ରକାରେ ଠାକୁର ମାନଙ୍କୁ ନୂତନ ବସ୍ତ୍ର ସହ ସ୍ୱତନ୍ତ୍ର ବେଶ କରାଯାଇଥିଲା । ପଣ୍ଡିତ ଷଷ୍ଠ ପୁରୋହିତ ସମସ୍ତ ପୂଜା କାର୍ଯ୍ୟ ଓ ହୋମ କରିଥିଲେ। ସଂନ୍ଧ୍ୟାରେ ମେଳା କରାଯିବା ସହିତ ମହା ଆଳତି ହୋଇଥିଲା । ଶେଷରେ ପ୍ରସାଦ ବିତରଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମରେ କାହ୍ନୁ ଚରଣ ମିଶ୍ର, ନରେନ୍ଦ୍ର ପ୍ରଧାନ, ସଂଜିବ ମହାପାତ୍ର, ଭୂଜବଳ ଦାସ, ସଂପଦ ଅଗ୍ରୱାଲା ପ୍ରମୁଖ ସହଯୋଗ କରିଥିଲେ ।

Comments are closed.