ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା : ଅସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କଲା ପରିଚାଳନା କମିଟି

ଦୁଇ ସପ୍ତାହ ମଧ୍ୟରେ ଅତିରିକ୍ତ ସତ୍ୟପାଠ ପାଇଁ ନିର୍ଦେଶ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ସୋମବାର ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି। ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶ ଆଧାରରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଜି ଏକ ରିପୋର୍ଟ ଦାଖଲ କରାଯାଇଛି । ତେବେ କମିଟି ପକ୍ଷରୁ ଅସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରାଯାଇଥିବା ଜଣାପଡ଼ିଛି ।

କମିଟି ଜଗନ୍ନାଥଙ୍କ ଜମି,  ଖଣି ଖାଦାନ ଓ ପଥର କ୍ବାରୀକୁ ନେଇ ରିପୋର୍ଟରେ ବିସ୍ତୃତ ତଥ୍ୟ ଦେଇପାରି ନାହିଁ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଅତିରିକ୍ତ ସତ୍ୟପାଠ ମାଧ୍ୟମରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଚାରି ସପ୍ତାହ ମଧ୍ୟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Comments are closed.