ଡ.ଶ୍ୱେତ ଦାଶଙ୍କ ନିର୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଦ ହିଲିଂ ଟଚ୍‌’ ସମାଜ ପାଇଁ ଆଣିଛି ସକାରାତ୍ମକ ବାର୍ତ୍ତା

ଭୁବନେଶ୍ବର: ଡ.ଶ୍ବେତ କୁମାର ଦାଶଙ୍କ ନିର୍ଦେଶିତ ଓ ନୀଳ ମହାପାତ୍ରଙ୍କ ପ୍ରଯୋଜିତ ସାମ୍ପ୍ରତିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ହୋଇଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ଦ ହିଲିଂ ଟଚ୍‌’। ଯଦିଓ ଏହା ଏକ କ୍ଷୁଦ୍ର ଚଳଚିତ୍ର ମାତ୍ର ବୃହତ କଥା ବସ୍ତୁକୁ ଉପସ୍ଥାପନା କଲା ପରି ଏକ ବିରାଟ ଚଳଚିତ୍ର। ବର୍ତ୍ତମାନ କରୋନାର ପ୍ରଳୟ ପ୍ରକୋପ ପୃଥିବୀବାସିଙ୍କୁ ଦୁଶ୍ଚିନ୍ତାରେ ପକାଇଛି। ଏହି ମହାମାରୀ ଯୋଗୁ କୋଟି କୋଟି ଲୋକ ଆକ୍ରାନ୍ତ ହେବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୃତୁ ମଧ୍ୟ ଘଟିଛି। ଏହି ମହାମାରୀକୁ ପ୍ରତିହତ କରିବାକୁ ବିଶ୍ବସ୍ତରରେ ଆପ୍ରାଣ ପ୍ରଚେଷ୍ଟା ଚାଲିଛି। ଏହି ମହାମାରୀକୁ ପ୍ରତିହତ କରିବାକୁ ହେଲେ ସଚେତନ ସହ ମାନସିକ ସ୍ତରରେ ସୁସ୍ଥ ସବଳ ରହିବାକୁ ପଡିବ। ବର୍ତ୍ତମାନ ଦେଖାଯାଉଛି ଯେ ଅନେକ କରୋନା ଆକ୍ରାନ୍ତ ମାନସିକ ସ୍ତରରେ ଭାଙ୍ଗି ପଡୁଛନ୍ତି। କରୋନ ଭାଇରସ ରୋଗୀଙ୍କୁ ଯେତିକି ସଂକ୍ରମିତ କରେ ତା ଠାରୁ ନକରାତ୍ମକ ଚିନ୍ତାଧାରା, ଭୟଭୀତ ହେବା ଏବଂ ମାନସିକ ସ୍ତରରେ ଦୁର୍ବଳ ହେବା ଅଧିକ କ୍ଷତି କରିଥାଏ। କରୋନାର ପ୍ରଥମ ଓ ଦିତୀୟ ଲହରୀରେ କରୋନା ଜନିତ ମୃତୁ ସଂଖ୍ୟା ହୁ ହୁ ହୋଇ ବଢୁଥିବା ଯୋଗୁଁ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ମାନସିକ ସ୍ତରରେ ଭାଙ୍ଗି ପଡ଼ୁଛନ୍ତି ଏବଂ ଛାନିଆ ହୋଇପଡୁଛନ୍ତି , ଯାହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। ତେଣୁ ମାନସିକ ଅବସାଦ, ଉଦବେଗ, ଛାନିଆ, ମାନସିକ ଚାପ ଓ ଅନିଦ୍ରା ଏବଂ ନାକରାତ୍ମକ ଚିନ୍ତାଧାରା ଆଦି ରୋଗୀଙ୍କ ମଧ୍ୟରେ ବୃଦ୍ଧି ପାଉଛି ଏବଂ ମୃତୁବରଣ ସହ ଆତ୍ମହତ୍ୟା ପ୍ରବଣତା ମଧ୍ୟ ବଢିଛି। ତେଣୁ ମାନସିକ ସ୍ତରରେ ଦୃଢତା ରଖିବା, ଆତ୍ମବିଶ୍ଵାସ ବୃଦ୍ଧିକରିବା ଓ ସାକରାତ୍ମକ ଚିନ୍ତାଧାରା ଦ୍ଵାରା ଇମୁନିଟି ବଢିଥାଏ ଯାହାକି କରୋନ କୁ ପ୍ରତିହତ କରିବାରେ ସହାୟକ ହୋଇଥାଏ। ଏହି ମର୍ମରେ ଡବ୍ଲ୍ୟୁଏଚଓ ଏବଂ ବହୁ ଅଭିଙ୍ଗ୍ୟ ସ୍ୱାସ୍ଥ୍ୟ ବିଶେଷକ ମାନେ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଏହି ଚିନ୍ତାଧାରାକୁ ଭିତ୍ତି କରି ‘ଦ ହିଲିଂ ଟଚ୍‌’ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରାଯାଇଛି। ଜଣେ ସ୍ବାମ କରୋନରେ ଆକ୍ରାନ୍ତ ହୋଇ କୋଭିଡ ମେଡ଼ିକାଲର ଆଇସିୟୁ ବେଡରେ ଚିକିଶ୍ଚିତ ହେଉଛନ୍ତି। ଡାକ୍ତର ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରି ଶେଷରେ ଭଗବାନଙ୍କ ନିକଟରେ ହାତ ଟେକି ଦିଅନ୍ତି । ମାତ୍ର କରୋନରେ ଆକ୍ରାନ୍ତ ସ୍ବାମୀ ଡାକ୍ତରଙ୍କୁ ମୋବାଇଲ ମାଗନ୍ତି ଯେ ସେ ଶେଷ ଥର ପାଇଁ ସ୍ତ୍ରୀ ସହ କଥାବାର୍ତ୍ତା ହେବାକୁ ଅନୁରୋଧ କରନ୍ତି। ଡାକ୍ତର ମଧ୍ୟ ନିଜ ମୋବାଇଲ ଦିଅନ୍ତି ଏବଂ ଅନୁଧ୍ୟାନ ମଧ୍ୟ କରନ୍ତି ଯେ ସେହି କିଛି ସମୟରେ ସ୍ବାମୀ ଓ ସ୍ତ୍ରୀ ବାର୍ତ୍ତାଳାପ କିପରି ସ୍ବାମୀକୁ କରୋନରୁ ଆରୋଗ୍ୟ ସହ ମାନସିକ ସ୍ତରରେ ଶକ୍ତି ସାମର୍ଥ୍ୟ ଏବଂ ସକରାତ୍ମକ ଚିନ୍ତାଧାରା ଜୁଟେଇ ଶେଷରେ ବଞ୍ଚେଇ ପାରିଛନ୍ତି, ଯାହା ଏହି ଚଳଚିତ୍ର ର କାହାଣୀ ।
ଏହି କ୍ଷୁଦ୍ର ଚଳଚ୍ଚିତ୍ର ନୀଳ ମହାପାତ୍ରଙ୍କ ସୋସିଆଲ ଇମେଜ ବ୍ୟାନରରେ ନିର୍ମିତ ଏବଂ ନିର୍ଦେଶକ ଡ. ଶ୍ବେତ କୁମାର ଦାଶ ଏହାକୁ ନିର୍ଦେଶନା ଦେଇଛନ୍ତି। ଏଥିରେ ଅଭିନେତ୍ରୀ ଗାର୍ଗୀ ମହାନ୍ତି ଏବଂ ଗଜେନ୍ଦ୍ର ପାଢୀଙ୍କର ଚମତ୍କାର ଅଭିନୟ କୀିଛନ୍ତି। ଏଡାସହ କୁନାଲ ଅମ୍ବିକେଶ ହୋତା ଡିଓପି ସହାୟତାରେ ଏହା ନିର୍ମିତ ହୋଇଛି।
ଆଜି ‘ଦ ହିଲିଂ ଟଚ୍‌’ର ପୋଷ୍ଟର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ସାଂସଦ ମୁନ୍ନା ଖାନ, ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର କୁମାର ପାଢ଼ୀ, ବରିଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ ଅଶୋକ ପାଲିତ, ଅଭିନେତ୍ରୀ ଗାର୍ଗି ମହାନ୍ତି, ନିର୍ଦେଶକ ଶ୍ବେତ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ।

Comments are closed.