ସମ୍ବଲପୁର: ଆସନ୍ତାକାଲିଠାରୁ ଦିନ ୨ଟା ପରେ ସମସ୍ତ ଦୋକାନ ବନ୍ଦ

ସମ୍ବଲପୁର: ଆସନ୍ତାକାଲିଠାରୁ ସମ୍ବଲପୁରରେ ସକାଳ ୭ଟାରୁ ଦିନ ୨ଟା ଯାଏ ଖୋଲା ରହିବ ଦୋକାନ। ୨ଟା ପରେ ସମସ୍ତ ଦୋକାନ ବନ୍ଦ କରିବାକୁ ଜିଲା ପ୍ରଶାସନ ଏବଂ ଶିଳ୍ପ ଓ ବଣିକ ସଂଘ ନିଷ୍ପତ୍ତି ନେଇଛି।

ବୁଧବାର ଜିଲା ପ୍ରଶାସନ ଦ୍ୱାରା ଆୟୋଜିତ ଏକ ବୈଠକରେ ସମ୍ବଲପୁର ଶିଳ୍ପ ଓ ବଣିକ ସଂଘର ସଦସ୍ୟମାନେ ଯୋଗ ଦେଇ ସମ୍ବଲପୁରର କରୋନା ସ୍ଥିତି ବିଷୟରେ ଆଲୋଚନା କରିଥିଲେ। ଏହି କଠିନ ପରିସ୍ଥିତି ସହ କିପରି ମୁକାବିଲା କରାଯାଇପାରିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା। ସମସ୍ତ ବିଚାର ବିମର୍ଷ ପରେ ନିଷ୍ପତ୍ତି ନିଆଯାଇଥିଲା ଯେ, ସମ୍ବଲପୁର ସହରାଞ୍ଚଳର ସମସ୍ତ ଦୋକାନ ସକାଳ ୭ଟାରେ ଖୋଲି ଦିନ ୨ଟାରେ ବନ୍ଦ କରାଯିବ। ସମ୍ବଲପୁର ଶିଳ୍ପ ଓ ବଣିକ ସଂଘ ପ୍ରଶାସନର ଏହି ନିଷ୍ପତ୍ତିକୁ ସମର୍ଥନ କରିଛି। କରୋନା ଶୃଙ୍ଖଳ ଭାଙ୍ଗିବା ପାଇଁ ସମ୍ବଲପୁରରେ ଆସନ୍ତାକାଲିଠାରୁ ଦିନ ୨ଟା ପରେ ସମସ୍ତ ଦୋକାନ ବନ୍ଦ ରହିବ। ସମସ୍ତ ଦୋକାନୀ ଏହି ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି।

 

Comments are closed.