ଏଠାରେ ଦୋକାନୀଙ୍କ ବିନା ଚାଲେ ଦୋକାନ ; ଜିନିଷ କିଣି ପଇସା ରଖିଥାଆନ୍ତି ଗ୍ରାହକ

ନୂଆଦିଲ୍ଲୀ : ଦୋକାନକୁ ଯାଇ ଆବଶ୍ୟକୀୟ ଜିନିଷ କିଣିବା ଓ ପଇସା ଦେବା ଏକ ସାଧାରଣ କଥା। ଏଥିରେ କିଛି ନୂତନ କଥା ନାହିଁ। ଏହାଛଡ଼ା ଆପଣ ବେଳେ ବେଳେ ଏପରି ମଧ୍ୟ ଦେଖିଥିବେ ଯେ ଅନେକ ସମୟରେ କିଛି ଖଳ ପ୍ରକୃତିର ଲୋକେ ଦୋକାନରେ ଭିଡ଼ ଥିବା ଅବସ୍ଥାରେ ଟଙ୍କା ପୈଠ ନକରି ମଧ୍ୟ ଜିନିଷ ନେଇ ଚାଲି ଯାଆନ୍ତି। ମାତ୍ର ଦୋକାନ ଖୋଲା ଥାଇ ଦୋକାନୀ ନଥିବେ କେବଳ ଜିନିଷ ସହ ଟଙ୍କା ରଖିବା ପାଇଁ ଏକ ଡ଼ବାଟିଏ ଥିବ। ଗ୍ରାହକ ଆସି ଜିନିଷ ନେବେ ଓ ବିନା ଦୋକାନୀରେ ପଇସା ଦେଇ ଯିବେ। ଏଭଳି ଦୃଶ୍ୟ ଦେଖିଛନ୍ତି କି? ଆଜ୍ଞା କଥାଟି କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଏହାକୁ କେତେକ ସ୍ଥାନରେ ଏକ ପରମ୍ପରା ବୋଲି ମଧ୍ୟ କୁହାଯାଏ।
ମିଜୋରାମର ଏକ ସ୍ଥାନରେ ଏଭଳି ଏକ ପରମ୍ପରା ଦେଖିବାକୁ ମିଳୁଛି। ଯାହା ଅନେକ ଲୋକଙ୍କୁ ଚକିତ କରିଥାଏ। ମିଜୋରାମର ରାଜଧାନୀ ଆଇଜୋଲ ଠାରୁ ଅଳ୍ପ ଦୂରରେ ସ୍ଥିତ ସେଲିଙ୍ଗ ସହରରେ ସ୍ଥାନୀୟ ସମ୍ପ୍ରଦାୟରେ ଏହି ପରମ୍ପରା ପାଳନ କରାଯାଇଥାଏ। ଯେଉଁଠାରେ ଦୋକାନୀଙ୍କ ବିନା ଦୋକାନ ଚାଲିଥାଏ। ପରମ୍ପରା ଅନୁଯାୟୀ ଏଠାରେ ଦୋକାନୀ ଦୋକାନ ଖୋଲିଥାଏ ଓ ପଇସା ରଖିବା ପାଇଁ ଏକ ଡ଼ବା ରଖିଦେଇଥାଏ। ବିଶ୍ୱାସର ସିଦ୍ଧାନ୍ତରେ ଏହି ସମସ୍ତ ଦୋକାନ ଚାଲିଥାଏ। ଦୋକାନୀ ନଥାଆନ୍ତି ମାତ୍ର ଗ୍ରାହକ ଆସି ନିଜର ଆବଶ୍ୟକ ମୁତାବକ ଜିନିଷ ନେଇ ପଇସା ରଖିଦେଇଥାଆନ୍ତି।
ଏହି ପରମ୍ପରାକୁ ‘ନଗହା ଲୋ ଡ଼ାବର ସଂସ୍କୃତି’ କୁହାଯାଏ। ଏହି ପରମ୍ପରା ଅନୁଯାୟୀ ଦୋକାନୀଙ୍କ ବିନା ହିଁ ଦୋକାନ ଖୋଲାଯାଏ। ବହୁବାର ସୋସିଆଲ ମିଡ଼ିଆରେ ଏହି ପରମ୍ପରାର ଭିଡ଼ିଓ ଓ ଫଟୋ ଦେଖିବାକୁ ମିଳିଛି।ଏହାକୁ ନେଇ ଟ୍ୱିଟ ମଧ୍ୟ କରାଯାଉଛି। ଲୋକେ ଏହାକୁ ବେଶ ପସନ୍ଦ କରୁଛନ୍ତି ଓ ନିଜର ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଜଣେ ବ୍ୟକ୍ତିି ଏହାକୁ ନେଇ କହିଛନ୍ତି ‘ଭାରତ ବର୍ଷକୁ ବିଭିନ୍ନତା ମଧ୍ୟରେ ଏକତାର ଦେଶ ଏଭଳି ହିଁ ବହୁ କାରଣରୁ କୁହାଯାଇଥାଏ।

Comments are closed.