ରାୟକୁ ଶିବସେନାର ସ୍ୱାଗତ

ମୁମ୍ବଇ : ବାବ୍ରି ମସଜିଦ ଭଙ୍ଗା ମାମଲା ରାୟକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ଦଳ ଶିବସେନା ସ୍ୱାଗତ କରିଛି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଆମେ ଏହି ଘଟଣାକୁ ଏବେ ଭୁଲିଯିବା ଦରକାର। ଯଦି ବାବ୍ରି ମସଜିଦ ଭଙ୍ଗା ଯାଇ ନଥାନ୍ତା ତେବେ ରାମ ମନ୍ଦିର ନିର୍ମାଣ ସମ୍ଭବ ହୋଇପାରି ନଥାନ୍ତା। ବାବ୍ରି ମସଜିଦ ଭଙ୍ଗା କାର୍ଯ୍ୟରେ ଯେଉଁମାନେ ସମ୍ପୃକ୍ତ ଥିଲେ ସମସ୍ତଙ୍କୁ ଦଳ ଅଭିନନ୍ଦନ ଜଣାଉଛି ବୋଲି ରାଉତ କହିଛନ୍ତି। ବାବ୍ରି ମସଜିଦ ଭଙ୍ଗା ମାମଲାରେ ଶିବସେନାର ପ୍ରତିଷ୍ଠାତା ବାଲ୍‍ ଠାକେର ଅନ୍ୟତମ ଅଭିଯୁକ୍ତ ଦର୍ଶାଯାଇଥିଲା। ତେବେ ମାମଲାର ଶୁଣାଣି ସମୟରେ ତାଙ୍କର ପରଲୋକ ହୋଇଛି।

Comments are closed.