ସୁଶାନ୍ତ ମୃତ୍ୟୁ ମାମଲାରେ ମୁମ୍ବଇ ପୁଲିସକୁ ବଦନାମ୍ କରୁଥିବା ଲୋକ କ୍ଷମା ମାଗନ୍ତୁ : ଶିବସେନା

ମୁମ୍ବଇ : ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଏକ ହତ୍ୟା ନୁହେଁ ଏହା ଏକ ଆତ୍ମହତ୍ୟା ବୋଲି ନିକଟରେ ଏମ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏହା ପରେ ଶିବସେନା ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶିବସେନା ପକ୍ଷରୁ କୁହାଯାଇଛି ଯେ, ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁମ୍ବଇ ପୁଲିସକୁ ବଦନାମ କରାଯାଉଥିଲା। ମୁମ୍ବଇ ପୁଲିସର ତଦନ୍ତକୁ ନେଇ କିଛି ନିଦ୍ଧିଷ୍ଠ ବ୍ୟକ୍ତି ଓ ନ୍ୟୁଜ୍ ଚ୍ୟାନେଲ ସନ୍ଦେହ କରୁଥିଲେ। ସେମାନେ ମୁମ୍ବଇ ପୁଲିସକୁ ବଦନାମ କରିବା ପାଇଁ ଚାହୁଁଥିଲେ। ତେଣୁ  ମୁମ୍ବଇ ପୁଲିସକୁ ବଦନାମ କରୁଥିବା ରାଜନେତା ତଥା ନ୍ୟୁଜ ଚ୍ୟାନେଲମାନେ କ୍ଷମା ମାଗିବା ଉଚିତ ବୋଲି ଶିବସେନା ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ରର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ପ୍ରୟାସ ହୋଇଥିଲା। ଏହି ଷଡଯନ୍ତ୍ରରେ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବା ଉଚିତ ବୋଲି ଶିବସେନା ପକ୍ଷରୁ କୁହାଯାଇଛି।

Comments are closed.