ଦୌପଦୀ ମୁର୍ମୁଙ୍କୁ ଶିରୋମଣି ଅକାଳୀ ଦଳର ସମର୍ଥନ

ଚଣ୍ଡିଗଡ଼ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ପ୍ରତି ବିଭିନ୍ନ ରାଜନୈତିକ ଦଳର ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶାର ବିଜୁଜନତା ଦଳ, ବିହାର ଜେଡି(ୟୁ), ଆନ୍ଧ୍ର ପ୍ରଦେଶର ୱାଇଏସଆର କଂଗ୍ରେସ, ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ପରେ ଏବେ ଏସଏଡି ସମର୍ଥନ ଘୋଷଣା କରିଛି ।

ଶିରୋମଣି ଅକାଳୀ ଦଳ (ଏସଏଡି) ମୁଖ୍ୟ ସୁଖବୀର ସିଂହ ବାଦଲ ଶୁକ୍ରବାର ଚଣ୍ଡିଗଡ଼ଠାରେ ଏହା ​ଘୋଷଣା କରିଛନ୍ତି। ଶିଖ ସମ୍ପ୍ରଦାୟ ଉପରେ ସେମାନେ କରିଥିବା ଅତ୍ୟାଚାର ଯୋଗୁ ଆମେ କଦାପି କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବୁ ନାହିଁ  ବୋଲି ସେ କହିଛନ୍ତି ।

ରାଷ୍ଟ୍ରପତି ନିର୍ବାଚନ ଯେ​ତେ ପାଖେଇ ଆସୁଛି ଦୌପଦୀ ମୁର୍ମୁଙ୍କ ପ୍ରତି ସେତେ ଅଧିକ ସମର୍ଥନ ବୃଦ୍ଧି ପାଉଛି । ଫଳରେ ତାଙ୍କର ବିଜୟ ସହଜ ହେବାରେ ଲାଗିଛି

Comments are closed.