ପୁଣି ଅଡ଼ୁଆରେ ଶିଳ୍ପା, ସମନ କଲେ କୋର୍ଟ

ନୂଆଦିଲ୍ଲୀ: ପୁଣି ଅଡ଼ୁଆରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଶିଲ୍ପାଙ୍କ ପରିବାର ବିରୋଧରେ ସମନ ଜାରି ହୋଇଛି । ଶିଲ୍ପାଙ୍କ ମା’ ସୁନନ୍ଦା ସେଟ୍ଟୀ ଓ ଭଉଣୀ ସମୀତା ସେଟ୍ଟୀଙ୍କ ବିରୋଧରେ ଜାରି ହୋଇଛି ସମନ । ସୂଚନା ମୁତାବକ ଜଣେ ବ୍ୟବସାୟୀ ଶିଳ୍ପାଙ୍କ ପରିବାର ଉପରକୁ ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ୨୧ ଲକ୍ଷ ଟଙ୍କାର ୠଣ ସୁଝିନାହାନ୍ତି ଶିଳ୍ପାଙ୍କ ପରିବାର । ଏନେଇ ଏକ ଜାତୀୟ ଗଣମାଧମରେ ଖବର ପ୍ରକାଶ ପାଇଛି । ଖବର ମୁତାବକ ଏହି ମାମଲା କୋର୍ଟରେ ପହଞ୍ଚିଛି । କୋର୍ଟ ଏହି ୩ଜଣଙ୍କୁ ସମନ କରିବା ସହ ଫେବ୍ରୁୟାରୀ ୨୮ରେ ସମସ୍ତଙ୍କୁ ହାଜର ହେବାକୁ ନର୍ଦ୍ଦେଶ ଦେଇଛନ୍ତି । ବ୍ୟବସାୟୀ ଜଣକଙ୍କ କହିଛନ୍ତି କି, ଶିଳ୍ପାଙ୍କ ବାପା ଏହି ୠଣ କରିଥିଲେ । ଯାହାକି ୨୦୧୭ ଜାନୁୟାରୀରେ ସୁଝିବାର ଥିଲା । ହେଲେ ଏଯାଏ ସେହି ଟଙ୍କା ସୁଝାଯାଇନାହିଁ ।

Comments are closed.