ସ୍ୱୟଂ ସହାୟିକା ଗୋଷ୍ଠୀ ଅର୍ଥ ଆତ୍ମସାତ ଘଟଣା; ପୂର୍ବତନ ସଭାନେତ୍ରୀ ଓ ସ୍ୱାମୀ ଗିରଫ

ପାଟଣା: ତୁରୁମୁଙ୍ଗା ଥାନା ଅଞ୍ଚଳ ବିନିଦା ଗ୍ରାମରେ ଗତ ୨୦୧୯ରେ ହୋଇଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଅର୍ଥ ଆତ୍ମସାତ ଘଟଣାରେ ଏସଏଚଜିର ପୂର୍ବତନ ସଭାନେତ୍ରୀ ଜାନକୀ ସେଠୀ(୩୦) ଓ ତାଙ୍କ ସ୍ୱାମୀ ନନ୍ଦକିଶୋର ସେଠୀ(୪୨)ଙ୍କୁ ତୁରୁମୁଙ୍ଗା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଦଶଜଣିଆ ମହିଳା ଗୋଷ୍ଠୀଙ୍କୁ ଏସଏଚଜି ଦ୍ୱାରା ଖଲି, ଚଉପଦି ଓ ହଳଦିଗୁଣ୍ଡ ମେସିନ ସ୍ଥାପନ ଲୋଭ ଦେଖାଇ ଜଣପ୍ରତି ୯୦ ହଜାର ଟଙ୍କା ଋଣ କରିବା ପରେ ଏହି ଅର୍ଥକୁ ସଭାନେତ୍ରୀ ଜାନକୀ ଆତ୍ମସାତ କରିଥିଲେ । ଏ ନେଇ ଅନ୍ୟ ସଦସ୍ୟାମାନେ ଥାନାର ଦ୍ୱାରସ୍ଥ ହେବାରୁ ତୁରୁମୁଙ୍ଗା ଥାନାରେ କେଶ ନଂ ୮୨ / ୨୦୧୯ରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ଠକେଇରେ ସମ୍ପୃକ୍ତ ସଭାନେତ୍ରୀ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

Comments are closed.