ରୋଜଗାର ନାହିଁ, କେମିତି ସୁଝିବେ ଋଣ ଟଙ୍କା

ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଏସଏଚଜି ଗ୍ରୁପ ମାଧ୍ୟମରେ ମହିଳାମ।ନଙ୍କୁ ପ୍ରଲୋଭନ ଦେଖାଇ ଋଣ ପ୍ରଦାନ କରି ଚଢା ଦରରେ ସୁଧ ଅସୁଲି କରାଯାଇ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। ଲକଡାଉନ ଯୋଗୁଁ ଗ୍ରାମାଞ୍ଚଳର ଅନେକ ପରିବାର ରୋଜଗାର ଶୂନ୍ୟ ହୋଇଥିବା ବେଳେ କାଁ ଭାଁ କାମ କରି ରୋଜଗାର କରୁଥିବା ଦୁଇ ପଇସା ରେ ମଧ୍ୟ ପରିବାର ପୋଷିବା ଚିନ୍ତା ଘାରିଛି। ଏଭଳି ପରିପ୍ରେକ୍ଷୀରେ ଘରୋଇ ଅର୍ଥ ଲଗାଣ କାରୀ ସଂସ୍ଥାର କର୍ମଚାରୀ ମାନେ ବଙ୍ଗୋମୁଣ୍ଡାର ବିଭିନ୍ନ ଗାଁ କୁ ଆସି ଋଣ ଟଙ୍କା ସୁଝିବାକୁ ବାଧ୍ୟ କରୁଛନ୍ତି।

ପୂର୍ବରୁ ଋଣ ଟଙ୍କା ସୁଝୁଥିବା ବେଳେ ବର୍ତ୍ତମାନ ପରିପ୍ରେକ୍ଷୀରେ ରୋଜଗାର ନଥିବା ଯୋଗୁଁ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ସେଥିପାଇଁ ଋଣ ଟଙ୍କା ସୁଝି ପାରୁ ନଥିବା ବେଳେ ଋଣ ଆଦାୟ ପାଇଁ ଆସୁଥିବା କର୍ମଚାରୀ ମହିଳାମାନଙ୍କୁ ଟଙ୍କା ସୁଝିବା ପାଇଁ ବାଧ୍ୟ କରୁଥିବାରୁ ମାନସିକ ସ୍ତରରେ ଭାଙ୍ଗିପଡିଛନ୍ତି ବଙ୍ଗୋମୁଣ୍ଡା ବ୍ଲକ ସଦର ର ନବଜ୍ୟୋତି,ଏକତା, ପ୍ରେରଣା, କୁରାଲ, ଓମ ସାଇନାଥ, ମା ଦ୍ୱାରସେହ୍ନୀ ଗୃପର ମହିଳାମାନେ ତହସିଲଦାରଙ୍କୁ ସରକାରୀ ଏବଂ ବେସରକାରୀ ଋଣ କୋହଳ କରିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଟିଟିଲାଗଡ, ଗ୍ରାମୀଣ କୋଟା, କଣ୍ଟାବାଞ୍ଜି,ଗ୍ରାମଶକ୍ତି, ଆରୋହନ କଣ୍ଟାବାଞ୍ଜି ଠାରୁ ଋଣ ଆଣିଥିଲେ। ପ୍ରତି ମାସର କିସ୍ତି ପୂର୍ବରୁ ନିୟମିତ ଦେଇ ଆସୁଥିବା ବେଳେ ମହାମାରୀ କରୋନା ପାଇଁ ସଟଡାଉନ ହୋଇଥିବା ବେଳେ ରୋଜଗାର ବନ୍ଦ ରହିଛି। ଆଗାମୀ ତିନି ମାସ ପାଇଁ ଋଣ କିସ୍ତିକୁ କୋହଳ କରିବା ପାଇଁ ତହସିଲଦାରଙ୍କ ଠାରେ ଗୁହାରୀ କରିଥିଲେ। ଦାବି ପତ୍ର ପ୍ରଦାନ ସମୟରେ ସମାଜସେବୀ ଅଜିତ କୁମାର ଯୋଷୀ,ଏବଂ ଗ୍ରୃପ ର ମହିଳାମାନେ ଉପସ୍ଥିତ ଥିଲେ।

Comments are closed.