ଭିଡିଓରେ କଏଦ ହେଲା ବିଶାଳକାୟ ସାର୍କର ତୀକ୍ଷ୍ଣ ଦାନ୍ତ

ସାମୁଦ୍ରିକ ଜୀବ ମାନଙ୍କ ମଧ୍ୟରୁ ଅଧିକାଂଶଲୋକେ ବିଶଳକାୟ ସାର୍କ ମାଛ ବିଷୟରେ ଜାଣିବା ପାଇଁ ଅଧିକ ଇଚ୍ଛା ପ୍ରକାଶ କରିଥାଆନ୍ତି। ଏବେ ସାର୍କ ମାଛର ଏଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ଦେଖି ଲୋକେ ସାର୍କର ଚଳଚ୍ଚିତ୍ର କଥା ମନକୁ ଆସୁଛି। ମାତ୍ର ଏବେକାର ଏହି ଦୃଶ୍ୟଟି ଚଳଚ୍ଚିତ୍ରର ନୁହେଁ ବରଂ ସତ ଘଟଣା।
୧୫ ସେକେଣ୍ଡର ଏହି ଭିଡିଓରେ ଦେଖାଯାଉଛି ଏକ ବିଶାଳକାୟ ସାର୍କ ପହଁରିବା ସମୟରେ ହଠାତ ତା’ ସାମ୍ନାକୁ ଆସୁଥିବା ଏକ ସାମୁଦ୍ରିକ ଜିନିଷକୁ ସେ ନିଜ ମୁହଁ ଭିତରକୁ ନେଉଛି। ସେହି ସମୟରେ ସାର୍କର ତୀକ୍ଷ୍ଣ ଦାନ୍ତ ଦେଖିବାକୁ ମିଳୁଛି। ଏହାକୁ ଦେଖି ଯେକେହି ମଧ୍ୟ ଭୟଭୀତ ହୋଇଯିବେ।
ଜଣେ ବ୍ୟକ୍ତି ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡ଼ିଓଟିକୁ ସେୟାର କରିଛନ୍ତି।
ଏହି ଭିଡିଓଟିକୁ ଦେଖିବାକୁ ଭୟ ଲାଗୁଥିଲେ ମଧ୍ୟ ଏଯାଏଁଲକ୍ଷାଧିକ ଲୋକେ ଏହାକୁ ଦେଖିସାରିଲେଣି। ଏଭଳି ଦୃଶ୍ୟ ଆପଣ କେବଳ ଚଳଚ୍ଚିତ୍ରରେ ହିଁ ଦେଖିଥିବେ।

Comments are closed.