ହ୍ରାସ ପାଇଲା ସେନସେକ୍ସ-ନିଫ୍ଟି, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୨.୦୧

ସେୟାର ବଜାର ଉପରେ ବାଗଦାଦ ଆକ୍ରମଣର ପ୍ରଭାବ

ମୁମ୍ବଇ: ବାଗଦାଦରେ ହୋଇଥିବା ଆକ୍ରମଣର ସିଧାସଳଖ ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡିଛି। ‌ସେୟାର ବଜାର ସେନସେକ୍ସ-ନିଫ୍ଟି ହ୍ରାସ ପାଇଥିବା ସୋମବାର ଦେଖିବାକୁ ମିଳିଛି। ​ସକାଳ ୧୧ଟା ୩୯ ମିନିଟରେ ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଚ (ବିଏସ୍‍ଇ)ର ପ୍ରମୁଖ ସୂଚକାଙ୍କ ସେନସେକ୍ସ ୧.୪୭ ପ୍ରତିଶତ ଅର୍ଥାତ୍ ୬୧୧.୩୩ ପଏଣ୍ଟ ହ୍ରାସ ପାଇ ୪୦,୮୫୩.୨୮ ସ୍ତରରେ କାରୋବାର ଚାଲିଛି। ସେହିପରି ଅନ୍ତର୍ଜାତୀୟ ଷ୍ଟକ୍ ଏକ୍ସଚେଞ୍ଚର ନିଫ୍ଟି ମଧ୍ୟ ହ୍ରାସ ପାଇଥିବା ପରିଲିକ୍ଷିତ ହୋଇଛି। ନିଫ୍ଟି ୧.୪୩ ପ୍ରତିଶତ ଅର୍ଥାତ୍ ୧୭୪.୮୫ ପଏଣ୍ଟ ହ୍ରାସ ପାଇ ୧୨,୦୫୧.୮୫ ସ୍ତରରେ କାରୋବାର ଚାଲିଛି।

ସକାଳ ୧୧ଟା ୧୫ ମିନିଟରେ ସେନସେକ୍ସ ୧.୨୮ ପ୍ରତିଶତ ଅର୍ଥାତ୍ ୫୨୮.୯୬ ପଏଣ୍ଟ ହ୍ରାସ ପାଇ ୪୦,୯୪୫.୬୫ ଏବଂ ନିଫ୍ଟି ୧.୨୬ ପ୍ରତିଶତ ଅର୍ଥାତ୍ ୧୫୪.୨୫ ପଏଣ୍ଟ ହ୍ରାସ ଘଟି ୧୨,୦୭୨.୪୦ ସ୍ତରରେ କାରୋବାର କରିଥିଲା।

ସକାଳ ୯ଟା ୪୨ ମିନିଟରେ ସେନସେକ୍ସ ୪୬୨.୦୮ ପଏଣ୍ଟ ଅର୍ଥାତ୍ ୧.୧୧ ପ୍ରତିଶତ ହ୍ରାସ ପାଇ ୪୧,୦୦୨.୫୩ ଏବଂ ନିଫ୍ଟି ୧୩୯.୪୦ ପଏଣ୍ଟ ଅର୍ଥାତ୍ ୧.୧୪ ପ୍ରତିଶତ ହ୍ରାସ ପାଇ ୧୨,୦୮୭.୨୫ ସ୍ତରରେ କାରୋବାର କରିଥିଲା।

ସକାଳ ୯ଟା ୨୮ ମିନିଟରେ ସେନସେକ୍ସ ୩୭୭.୦୧ ପଏଣ୍ଟ ଅର୍ଥାତ୍ ୦.୯୧ ପ୍ରତିଶତ ହ୍ରାସ ପାଇ ୪୧,୦୮୭.୬୦ ଏବଂ ନିଫ୍ଟି ୧୦୮.୩୦ ପଏଣ୍ଟ ଅର୍ଥାତ୍ ୦.୮୯ ପ୍ରତିଶତ ହ୍ରାସ ପାଇ ୧୨,୧୧୮.୩୫ ସ୍ତରରେ କାରୋବାର କରିଥିଲା।

ସୋମବାର ସକାଳେ ସେୟାର ବଜାର ଖୋଲିବା ସମୟ​‌ରେ ସେନସେକ୍ସ ୧୫୧.୩୯ ପଏଣ୍ଟ ଅର୍ଥାତ୍ ୦.୩୭ ପ୍ରତିଶତ ହ୍ରାସ ପାଇ ୪୧,୩୧୩.୨୨ ସ୍ତରରେ ପହଞ୍ଚିଥିଲା। ସେହିପରି ନିଫ୍ଟି ୦.୫୨ ପ୍ରତିଶତ ଅର୍ଥାତ୍ ୬୩.୦୫ ପଏଣ୍ଟ ହ୍ରାସ ପାଇ ୧୨,୧୬୩.୬୦ ସ୍ତରରେ ଥିଲା।  

‌ସେନସେକ୍ସ-ନିଫ୍ଟି ହ୍ରାସ ପାଇବାର କାରଣ

ଆମେରିକା ସେନା ଦ୍ବାରା ଇରାନ୍‍ର ସାମରିକ କମାଣ୍ଡର କାସିମ୍‍ ସୋଲେମାନୀଙ୍କୁ ନିପାତ  କରିବା ପରେ ଇରାନ ଓ ଆମେରିକା ମଧ୍ୟରେ ଶତ୍ରୁତା ବଢିଯାଇଛି। ଏପରିକି ଆଗକୁ ତୃତୀୟ ବିଶ୍ବଯୁଦ୍ଧ ହେବାର ଆଶଙ୍କା କରାଯାଉଛି। ଯାହାର ସିଧାସଳଖ ପ୍ରଭାବ ସେୟାର ବଜାର ଉପରେ ପଡିଛି। ତୈଳ କମ୍ପାନୀର ସେୟାର ହ୍ରାସ ପାଉଥିବା ଦେଖିବାକୁ ମିଳିଛି।

ଆଜି ଡଲାର ତୁଳନାରେ ଟଙ୍କା ୨୧ ପଇସା ହ୍ରାସ ପାଇ ୭୨.୦୧ ସ୍ତରରେ ପହଞ୍ଚିଛି। ସେହିପରି ପୂର୍ବ କାରୋବାର ଦିନ ଅର୍ଥାତ୍ ଶୁକ୍ରବାରରେ ଡଲାର ତୁଳନାରେ ଟଙ୍କା ୭୧.୮୦ ସ୍ତରରେ ବନ୍ଦ ରହିଥିଲା।

ଶେଷ କାରୋବାର ଦିନ ଅର୍ଥାତ୍ ଶୁକ୍ରବାର ସେନସେକ୍ସ ୬୧.୩୬ ପଏଣ୍ଟ ଅର୍ଥାତ୍ ୦.୧୫ ପ୍ରତିଶତ ହ୍ରାସ ପାଇ ୪୧, ୫୬୫.୨୮ ଏବଂ ନିଫ୍ଟି ୩୫.୯୫ ପଏଣ୍ଟ ଅର୍ଥାତ୍ ୦.୨୯ ପ୍ରତିଶତ ହ୍ରାସ ପାଇ ୧୨,୨୪୬.୨୫ ସ୍ତରରେ ସେୟାର ବଜାର ଖୋଲିଥିଲା। ସେହିପରି ସେନସେକ୍ସ ୧୬୨.୦୩ ପଏଣ୍ଟ ୦.୩୯ ପ୍ରତିଶତ ହ୍ରାସ ପାଇ ୪୧,୪୬୪.୬୧ ଏବଂ ନିଫ୍ଟି ୫୫.୫୫ ପଏଣ୍ଟ ଅର୍ଥାତ୍ ୦.୪୫ ପ୍ରତିଶତ ହ୍ରାସ ପାଇବା ପରେ ୧୨,୨୨୬.୬୫ ସ୍ତରରେ ସେୟାର ବଜାର ବନ୍ଦ ହୋଇଥିଲା।

Comments are closed.