ଆଜି ଷ୍ଟକ ବଜାରକୁ ଆସିବ ଏଲଆଇସି ସେୟାର

ନୂଆଦିଲ୍ଲୀ: ଆଜି ବିଧିବଦ୍ଧ ଭାବେ ସେୟାର ବଜାରକୁ ଆସିବ ଏଲଆଇସି ଷ୍ଟକ । ଏଲଆଇସି ତାଲିକାଭୁକ୍ତ ହେବା ନେଇ ଜଣାପଡ଼ିଛି । ଏହି କାରଣରୁ ନିବେଶକଙ୍କ ମଧ୍ୟରେ ବିଶେଷ କିଛି ଖୁସି ଦେଖିବାକୁ ମିଳୁନାହିଁ । ପୂର୍ବରୁ ମଧ୍ୟ ବହୁ କମ୍ପାନୀ ଷ୍ଟକ ଏକ୍ସଚେଞ୍ଜ ତାଲିକାରେ ଯୋଡି ହୋଇଛନ୍ତି । ୨୦୦୯ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍‌ ଗତ ୧୩ ବର୍ଷରେ ୨୬ଟି କମ୍ପାନୀ ଏକ୍ସଚେଞ୍ଜ ତାଲିକାରେ ସାମିଲ ହୋଇଛନ୍ତି ।

ତାଲିକାଭୁକ୍ତ ହୋଇଥିବା ୨୬ କମ୍ପାନୀ ମଧ୍ୟରୁ ୧୫ଟି କମ୍ପାନୀ କ୍ଷତି ସହିଥିବା ବେଳେ ୧୧ଟି କମ୍ପାନୀ ଲାଭ ଦେଇଥିବା ଜଣାପଡ଼ିଛି । ସବୁଠାରୁ ବଡ଼ କଥା ହେଉଛି ଜେନେରାଲ ଇନସୁରାନ୍ସ ଅଫ୍‌ ଇଣ୍ଡିଆ (ଜିଆଇସି) ସର୍ବାଧିକ ୮୭ ପ୍ରତିଶତ କ୍ଷତି ଦେଇଛି । ସେହିପରି ଅନ୍ୟ କମ୍ପାନୀ ଗୁଡ଼ିକ ମଧ୍ୟ କ୍ଷତି ସହିଛନ୍ତି ।

କେତେକ କମ୍ପାନୀ ନିବେଶକମାନଙ୍କୁ ମଧ୍ୟ କିଛି ଲାଭ ଦେଇଛି । ଭରତ ଡାଇନାମିକ୍ସର ୫୩ ପ୍ରତିଶତ ଲାଭ ଦେଇଥିବାବେଳେ ହିନ୍ଦୁସ୍ତାନ ଏରୋନେଟିକ୍ସର ୨୫ ପ୍ରତିଶତ, ମିଡହାନି ୮୪ ପ୍ରତିଶତ ଏବଂ ଗାର୍ଡେନ୍ ରିଚ୍ ୧୪୦ ପ୍ରତିଶତ ଲାଭ କରିଛି । ପାଓ୍ୱାରଗ୍ରୀଡର ଷ୍ଟକ୍ ୩୫୫ ପ୍ରତିଶତ ଲାଭ ଦେଇଛି । ୫୨ ଟଙ୍କାରେ ଆସିଥିବା ଏହି ଆଇପିଓ ବର୍ତ୍ତମାନ ୨୩୫ ଟଙ୍କାରେ କାରବାର କରୁଛି ।

 

Comments are closed.