ଶକ୍ତି ସଂରକ୍ଷଣ ଦ୍ୱାରା ଉତ୍ତାପ ବୃଦ୍ଧି କମିବ : ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର : ଜୟଦେବ ଭବନରେ ଶନିବାର ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଶକ୍ତିମନ୍ତ୍ରୀ  ଦିବ୍ୟଶଙ୍କର ମିଶ୍ର ଯୋଗଦେଇଥିଲେ। ବର୍ତ୍ତମାନ ସମୟରେ ବିଦ୍ୟୁତ ଶକ୍ତି ସଂରକ୍ଷଣର ଆବଶ୍ୟକତା ରହିଛି, ଜୈବ ଇନ୍ଧନ, କୋଇଲା, ପେଟ୍ରୋଲରୁ ବିଦ୍ୟୁତ ଉତ୍ପାଦନ ହେବା ଫଳରେ ଅଙ୍ଗାରକାମ୍ଳ ଗ୍ୟାସ ବାୟୁ ମଣ୍ଡଳରେ ମିଶି ତାପମାତ୍ରା ବୃଦ୍ଧି କରୁଛି ତେଣୁ ଏଥିପ୍ରତି ସଚେତନ ହୋଇ ଶକ୍ତି ସଂରକ୍ଷଣ କରାଗଲେ ଉତ୍ତାପ ବୃଦ୍ଧି ହ୍ରାସ ପାଇବ ବୋଲି ଶକ୍ତିମନ୍ତ୍ରୀ କହିଥିଲେ। ।

ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ପତାକା ଦେଖାଇ ରାଲି ଓ ରଥକୁ ଉଦ୍‍ଘାଟନ କରିଥିଲେ, ସେଣ୍ଟର ଫର୍‍ ଏନ୍‍ଭର୍ଣ୍ଣମେଣ୍ଟାଲ୍‍ ଷ୍ଟଡିଜ, ଜଙ୍ଗଲ ଓ ପରିବେଶ ବିଭାଗ ର ନିର୍ଦ୍ଦେଶକ ପ୍ରଫେସର ଡ଼ଃ ଆଶୁତୋଷ ଦେବତା, ସର୍ବୋଚ ଯନ୍ତ୍ରୀ ଶ୍ରୀ ସନ୍ତୋଷ ଦାସ, ଏହି ରାଲିରେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ରାଲିରେ ରାଜ୍ୟର ୩୦ ଗୋଟି ଜିଲ୍ଲାର ବହୁ ଛାତ୍ର ଛାତ୍ରୀ ପ୍ଲାକାର୍ଡ଼ ଧରି ଶକ୍ତ ସଂରକ୍ଷଣର ପ୍ରଚାର କରିଥିଲେ। ଚଳିତ ବର୍ଷ ଶକ୍ତି ସଂରକ୍ଷଣ ନିମନ୍ତେ ଓଡ଼ିଶାର ପ୍ରତି ବ୍ଲକ ଓ ଜିଲାସ୍ତରରେ ଲିଖିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ଶ୍ରେଷ୍ଠ ବିବେଚିତ ୩ ଜଣ ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେଇଥିଲେ। ସାରା ରାଜ୍ୟର ସପ୍ତମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫ହଜାର ପ୍ରତିଯୋଗୀ ଏହି କୁଇଜ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ଉପଲକ୍ଷେ ବ୍ଲକ, ଜିଲା ଓ ରାଜ୍ୟ ସ୍ତରରେ ଲିଖିତ କୁଇଜ୍‍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ପ୍ରତିଯୋଗିତାକୁ ଓଡ଼ିଶା ସରକାରଙ୍କର ଜଙ୍ଗଲ ଓ ପରିବେଶ ବିଭାଗ ଅଧିନସ୍ଥ ସେଣ୍ଟର ଫର୍‍ ଏନ୍‍ଭର୍ଣ୍ଣମେଣ୍ଟାଲ୍‍ ଷ୍ଟଡିଜ୍‍ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତା କୃତି ପ୍ରତିଯୋଗିତ ମାନଙ୍କୁ ଡ଼ିସେମ୍ବର ୧୪ ତାରିଖ ଦିନ ଜୟଦେବ ଭବନ ଆୟୋଜିତ ରାଜ୍ୟ ସ୍ତରୀୟ ଭାବରେ ପୁରସ୍କୃତ କରାଯାଇଥିଲା। ଏତଦ୍‍ ବ୍ୟତୀତ ଶକ୍ତି ସରକ୍ଷଣ ସମ୍ପର୍କୀୟ ମଡ଼େଲ ପ୍ରତିଯୋଗିତା ଓ ଅନ୍ୟାନ୍ୟ ଶିଳ୍ପ ସଂସ୍ଥା ମାନଙ୍କୁ ପୁରସ୍କୃତ କରାଯାଇଥିଲା।  ମୁଖ୍ୟ ଅତିଥି ମାନ୍ୟବର ଶକ୍ତି ବିଭାଗର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏ ଉତ୍ସବକୁ ଉଦଘାଟନ କରିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସେଣ୍ଟର ଫର୍‍ ଏନ୍‍ଭର୍ଣ୍ଣମେଣ୍ଟାଲ୍‍ ଷ୍ଟଡିଜ, ଜଙ୍ଗଲ ଓ ପରିବେଶ ବିଭାଗ ର ନିର୍ଦ୍ଦେଶକ ପ୍ରଫେସର ଡ଼ଃ ଆଶୁତୋଷ ଦେବତା, ସର୍ବୋଚ ଯନ୍ତ୍ରୀ (ବିଦ୍ୟୁତ୍‍) ସନ୍ତୋସ ଦାସ୍‍ ଏହି ଉତ୍ସବରେ ଉପସ୍ଥିତ ଛାତ୍ରଛତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉଦ୍‍ବୋଧନ୍‍ ଦେଇଥିଲେ। ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନେ ରାଜ୍ୟ ସ୍ତରୀୟ କୁଇଜ ପ୍ରତି ଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପ୍ଲାଟନମ୍‍, ସ୍ୱର୍ଣ୍ଣ ଏବଂ ରୈାପ୍ୟ ପଦକ ପ୍ରଦାନ କରିଥିଲେ। ୬୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ମିଶ୍ର କହିଥିଲେ ଯେ ଶକ୍ତି ଏବେ ପ୍ରତ୍ୟେକ ମନୁଷ୍ୟର ଜୀବନଯାପନ ପାଇଁ ଏକପ୍ରକାର ଜରୁରୀ ଆବଶ୍ୟକତା ହୋଇଯାଇଛି। ବିଦ୍ୟୁତ୍‍ ଉତ୍ପାଦନ ସହିତ ତାଳ ଦେଇ ଏହାର ଉପଯୋଗିତା ମଧ୍ୟ ବୃଦ୍ଧି  ପାଇବାରେ ଲାଗିଛି। ସେହିପରି ବିଦ୍ୟୁତ୍‍ ଶକ୍ତିର ବିକଳ୍ପ ମଧ୍ୟ ଆମ ନିକଟରେ ମହଜୁଦ ରହିଛି। ବିଦ୍ୟୁତ୍‍ ଶକ୍ତି, ସୈାରଶକ୍ତି ବ୍ୟତୀତ ଇନ୍ଧନ, କୋଇଲା ବ୍ୟବହାର ମଧ୍ୟ ଅନେକ ଗୁଣରେ ବୃଦ୍ଧି ପାଇଛି।  ଏହାର ଉପଯୋଗ ଦ୍ୱାରା ଗୋଟିଏ ପଟେ ଏହା ଶେଷ ହୋଇ ଆସୁଥିବା ବେଳେ ପରିବେଶ ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇଛି। ତେବେ ଆମକୁ ଭୁଲିଯିବା ଉଚିତ ନୁହେଁ ଯେ ଯଦି ଆମେ ଏହାର ସଠିକ୍‍ ଉପଯୋଗ ଏବଂ ସଂରକ୍ଷଣ ନକରିବା ତେବେ ଦିନ ଆସିବ ଆମ ପଖରେ ସମସ୍ତ ସାଧନ ମହଜୁତ ଥାଇ ମଧ୍ୟ ଶକ୍ତିର ଅଭାବ ପରିଲକ୍ଷିତ ହେବ।  ଶକ୍ତି ବିଭାଗର କମିଶନର ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ପ୍ରତ୍ୟେକ ନାଗରିକର ଶକ୍ତିର ଉପଯୋଗ କରିବାର ଅଧିକାର ରହିଛି ହେଲେ ଏହାର ମାତ୍ରଧିକ ବ୍ୟବହାର ପରିବେଶୀୟ ସନ୍ତୁଳନରେ ପ୍ରଭବେ ପକାଉଛିବୋଲି କହିଥିଲେ। ମନୁଷ୍ୟ ଓ ପାକୃତିକ ସମ୍ବଳ ମଧ୍ୟରେ ଗଭୀର ସମ୍ପର୍କ ରହିଛି ଏଣୁ ଆମର ଦୈନଦିନ ଜୀବନ ଶୈଳିରେ ଶକ୍ତିର ସମୟ କଲେ ଆମେ ବହୁ ପରିମାଣରେ ପ୍ରଦୁଷଣ ମାତ୍ରା କମାଇପାରିବା ବୋଲି ବକ୍ତବ୍ୟ ମାଧ୍ୟମରେ ଦର୍ଶାଇଥିଲେ। ସେଣ୍ଟର ଫର୍‍ ଏନ୍‍ଭର୍ଣ୍ଣମେଣ୍ଟାଲ୍‍ ଷ୍ଟଡିଜ, ଜଙ୍ଗଲ ଓ ପରିବେଶ ବିଭାଗ ର ନିର୍ଦ୍ଦେଶକ ପ୍ରଫେସର ଡ଼ଃ ଆଶୁତୋଷ ଦେବତା, ସମ୍ପ୍ରତି ଭବିଷ୍ୟତ ପିଢି ପାଇଁ ଶକ୍ତି ସଂରକ୍ଷଣର ଏକ ପ୍ରମୂଖ ଆବଶ୍ୟକତା ରହିଛି ବୋଲି ଦର୍ଶାଇ ଥିଲେ।

ପାରମ୍ପରିକ ବିଦ୍ୟୁତ୍‍ ବଲବ୍‍ ବଦଳରେ ଏଲ୍‍.ଇ.ଡ଼ି ବଲ୍ୱ ବ୍ୟବହାର, ଅନ୍ୟାନ୍ୟ ସମସ୍ତ ଶକ୍ତି ଉତ୍ସର ମିତବୟୀ ବ୍ୟବହାର ନିମନ୍ତେ ଇକୋ-କ୍ଲବର ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବୋଚ ଯନ୍ତ୍ରୀ (ବିଦ୍ୟୁତ)  ସନ୍ତୋଷ ଦାସ ପ୍ରମୁଖ ଯୋଗଦେଇ ଶକ୍ତି ସଂରକ୍ଷଣର ଉପାଦେୟତା ଉପରେ ଆଲୋକପାତ କରିଥିଲେ, ସେଣ୍ଟର ଫର୍‍ ଏନ୍‍ଭର୍ଣ୍ଣମେଣ୍ଟାଲ୍‍ ଷ୍ଟଡିଜ୍‍ ର ପୋଗ୍ରାମ ଅଫିସର୍‍ ଶ୍ରୀ ପ୍ରଭାତ ମୋହନ ଦାସ, ଇନ୍‍ଫରମେସନ୍‍ ଅଫିସର୍‍ ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଅନ୍ୟାନ୍ୟ ଅଧିକାରି ମାନେ ଆଲୋକପାତ କରିଥିଲେ। ଶେଷରେ ମୁଖ୍ୟ ଯନ୍ତ୍ରୀ ଶ୍ରୀ ପ୍ରସନ୍ନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.