ପୁଅକୁ ଭେଟିବାକୁ ଆର୍ଥର ରୋଡ କାରଗାରରେ ପହଞ୍ଚିଲେ ଶାହରୁଖ

ମୁମ୍ବଇ: ବେଆଇନ ନିଶାଦ୍ରବ୍ୟ ସେବନ ମାମଲାରେ ଗିରଫ ହୋଇ ସଂପ୍ରତି ଆର୍ଥର ରୋଡ କାରାଗାରରେ ବନ୍ଦୀ ଥିବା ଆରୟନ ଖାଁଙ୍କୁ ଭେଟିଛନ୍ତି ତାଙ୍କ ବାପା ତଥା ବଲିଉଡର ସୁପରଷ୍ଟାର ଶାହରୁଖ ଖାଁ । ବୁଧବାର ଦିନ ଆରୟନଙ୍କର ଜାମିନ ମାମଲାର ଶୁଣାଣି ହୋଇଥିଲେ ମଧ୍ୟ ନିଶାଦ୍ରବ୍ୟ ନିୟନ୍ତ୍ରଣ ବୁ୍ୟରୋ (ଏନସିବି) ପକ୍ଷରୁ ତାଙ୍କ ଜାମିନକୁ ଦୃଢ ବିରୋଧ କରାଯାଇଥିଲା । ତାଙ୍କ ବିରୁଦ୍ଧରେ ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ରହିଥିବା ଏନସିବି ପକ୍ଷରୁ ଦର୍ଶାଯିବା ପରେ ଅଦାଲତ ତାଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ । ଏହି ମାମଲାରେ ଅନ୍ୟ ଦୁଇଜଣଙ୍କର ଜାମିନ ଆବେଦନକୁ ମଧ୍ୟ ଅଦାଲତ ଖାରଜ କରିଦେଇଥିଲେ । ଏଥିରେ ନିରାଶ ହୋଇ ଶେଷରେ ଶାହରୁଖ ଗୁରୁବାର ଦିନ ଆର୍ଥର ରୋଡ କାରଗାରରେ ବନ୍ଦୀ ଥିବା ତାଙ୍କ ପୁଅକୁ ଭେଟିଥିଲେ । ଦୁହିଁଙ୍କ ମଧ୍ୟରେ ସ୍ୱଳ୍ପ ସମୟ ପାଇଁ ସାକ୍ଷାତ ହୋଇଥିବା ଜଣାଯାଇଛି ।

Comments are closed.