ଡବଲ ରୋଲ୍ରେ ଆସିବେ କିଙ୍ଗ୍ ଖାନ୍

ସିନେଜଗତର ‘କିଙ୍ଗ୍ ଖାନ୍’ ଶାହରୁଖ୍ ଏବେ ନିଜର ନୂଆ ପ୍ରୋଜେକ୍ଟରେ ଖୁବ୍ ବ୍ୟସ୍ତ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ଜନ୍ ଆବ୍ରାହମ୍ ଖଳନାୟକ ଭାବେ ଓ ଦୀପିକା ପାଦୁକୋନ୍ ପୁଲିସ୍ ଚରିତ୍ରରେ ଦେଖାଦେବେ। ଏହାର ପୋଷ୍ଟ-ପ୍ରଡକ୍ସନ୍ କାମ ଜୋର୍ସୋର୍ରେ ଚାଲିଛି। ମିଳିଥିବା ଖବର ଅନୁସାରେ, ରାଜକୁମାର ହିରାନୀଙ୍କ ଅନ୍ୟ ଏକ ପ୍ରୋଜେକ୍ଟରେ ଶାହରୁଖ୍ କାମ କରିବାକୁ ଆଗ୍ରହୀ କିନ୍ତୁ ସମୟ ନଥିବାରୁ ସେ ଚୁକ୍ତି ଏଯାଏଁ କରିନାହାନ୍ତି। ଦକ୍ଷିଣ ସିନେଜଗତର ନିର୍ଦେଶକ ଅଟଲିଙ୍କ ନିର୍ଦେଶନାରେ ସେ କାମ କରିବାକୁ ଯାଉଛନ୍ତି। ଆକ୍ସନ୍ ଚଳଚ୍ଚିତ୍ରରେ ସେ ଡବଲ୍ ରୋଲ୍ରେ କାମ କରିବେ। ଡିସେମ୍ବର ସୁଦ୍ଧା ଏହାର ସୁଟିଂ ବ୍ରିଟେନ୍ରେ ଆରମ୍ଭ ହେବା କଥା, ହେଲେ ମହାମାରୀର ସ୍ଥିତିକୁ ଦେଖି ଯାହା ନିଷ୍ପତ୍ତି ନିଆଯିବ। ଏହା ପୂର୍ବରୁ ସେ ‘ଡୁପ୍ଲିକେଟ୍’ ଚଳଚ୍ଚିତ୍ରରେ ମଧ୍ୟ ଡବଲ୍ ରୋଲ୍ରେ ଦେଖାଦେଇଥିଲେ। ଡବଲ୍ ରୋଲ୍ ଚରିତ୍ର ମିଳିବା ମାତ୍ରେ ତୁରନ୍ତ ରାଜି ହେଉଥିବାର କହିଛନ୍ତି ଶାହରୁଖ୍। କାରଣ ଏଥିରେ କାମ କରିବାର ମଜା ବେଶ୍ ନିଆରା।