ସେବାଶ୍ରମ ଉଚ୍ଛେଦକୁ ନେଇ ଉତ୍ତେଜନା ; ସ୍ଥଗିତ ରଖିଲା ପ୍ରଶାସନ

କାମାକ୍ଷାନଗର : ଢେଙ୍କାନାଳ ସହରର ଖମାର ସାହିରେ ଥିବା ଆଶ୍ରମ ବିଦ୍ୟାଳୟ ଉଛେଦକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପ୍ରଶାସନ ପକ୍ଷରୁ ଉଛେଦ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିଥିବାର ଜଣାଯାଇଛି। ଖମାର ସାହିରେ ଏକ ବ୍ୟକ୍ତିଗତ ଜାଗା ଉପରେ ଛିଡା ହୋଇଛି ଆଶ୍ରମ ବିଦ୍ୟାଳୟର ଗୃହ । ଆଉ ପ୍ରକୃତ ଜାଗା ମାଲିକ କୋର୍ଟଙ୍କ ଦ୍ୱାରସ୍ତ ପରେ ଏବେ ହରଡ଼ଘଣାରେ ପଡିଯାଇଛନ୍ତି ବିଦ୍ୟାଳୟ କତ୍ତୃପକ୍ଷ । ଏପରିକି କୋର୍ଟଙ୍କ ନିର୍ଦେଶ ମତେ ଏହି ବେଆଇନ ନିର୍ମାଣ ବିଦ୍ୟାଳୟ ଗୃହକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରିବା ସମୟରେ ସ୍ଥାନୀୟ ଲୋକଙ୍କ ତୀଵ୍ର ବିରୋଧର ଶିକାର ହୋଇଛନ୍ତି । ଯାହାକୁ ନେଇ ଢେଙ୍କାନାଳ ସହରର ଦକ୍ଷିଣକାଳୀ ରୋଡ଼ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଛି । ଢେଙ୍କାନାଳ ସହରର ଖମାର ସାହି ସେବାଶ୍ରମ ସ୍କୁଲର ସଂପ୍ରସାରଣ କରାଯାଇଥିବା ନୂଆ ବିଦ୍ୟାଳୟ କୋଠାକୁ ନେଇ ଏପରି ବିବାଦ ଉପୁଜିଛି। ଏହି ସ୍କୁଲର ସଂପ୍ରସାରଣ କରାଯାଇ ତିଆରି ହୋଇଥିବା ନୂଆ କୋଠା ମହାବୀର ବଜାର ଅଂଚଳର ଜଣଙ୍କର ବ୍ୟକ୍ତିଗତ ଜାଗା ବୋଲି ଜଣାପଡିଛି । ଫଳରେ ଏହି ଜାଗା ମାଲିକଙ୍କ ପକ୍ଷରୁ ତାଙ୍କ ଜାଗା ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ତ ପରେ ଏହି କୋଠା ଉଛେଦ କରି ତାଙ୍କ ଜାଗା ହସ୍ତାନ୍ତର ପାଇଁ ପ୍ରଶାସନକୁ ନିର୍ଦେଶ ରହିଥିଲା। ବୁଧବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ପୁଲିସ ଫୋର୍ସ ସହ ଯାଇ ପହଞ୍ଚିବା ବେଳେ ସ୍ଥାନୀୟ ଦକ୍ଷିଣକାଳୀ ବାସିନ୍ଦା ଏହାକୁ ତୀଵ୍ର ବିରୋଧ କରିଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।
 ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖିବାରୁ ଉତ୍ତେଜନା ଥମିଥିଲା। ତେବେ ଏହାର ସମାଧାନ ପାଇଁ ସାତ ଦିନ ମହଲତ ନେଇଥିବା ସୂଚନା ମିଳିଛି ।

Comments are closed.