ଭାରତକୁ ପ୍ରଥମେ ମିଳିବ ‘କୋଭିସିଲ୍ଡ’ର ୪-୫ କୋଟି ଡୋଜ : ସେରମ୍ ପ୍ରତିଷ୍ଠାନ

ପୁଣେ :  ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା  ସୋମବାର ଏକ ଆସ୍ବସ୍ତିକର ଖବର ଦେଇଛନ୍ତି। ସେ କହିଛନ୍ତି  ଯେ କରୋନା ଟିକା ‘କୋଭିସିଲ୍ଡ’ର ୪-୫ କୋଟି ଡୋଜ୍ ପ୍ରଥମେ ଭାରତକୁ ଦିଆଯିବ।

ସେ କହିଛନ୍ତି ଯେ ଆମ ପାଖରେ ‘କୋଭିସିଲ୍ଡ’ର ୪-୫ କୋଟି ଡୋଜ୍ ଅଛି । କିଛି ଦିନ ମଧ୍ୟରେ ଅମକୁ ଔଷଧ ନିୟାମକ ଆୟୋଗର ଅନୁମୋଦନ ମିଳିବା ପରେ, କେତେ ସମୟ ମଧ୍ୟରେ ଓ କେତେ ଶୀଘ୍ର କେତେ ଟିକା ନେଇପାରିବ ତାହା ସରକାର ସ୍ଥିର କରିବେ। ଜୁଲାଇ ୨୦୨୧ ସୁଦ୍ଧା ଆମେ ପ୍ରାୟ ୩୦ କୋଟି ଡୋଜ୍ ଉତ୍ପାଦନ କରିବୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୧ର ପ୍ରଥମ ଛଅ ମାସରେ ବିଶ୍ୱ ସ୍ତରରେ ଟିକାରରେ ଅଭାବ ଦେଖିବାକୁ ମିଳିବ। ତେବେ ଏହାର କୌଣସି ସମାଧାନ ମଧ୍ୟ ହୋଇପାରିବ ନାହିଁ। କିନ୍ତୁ ଅଗଷ୍ଟ-ସେପ୍ଟେମ୍ବର ୨୦୨୧ ସୁଦ୍ଧା ଅନ୍ୟ ଟିକା ଉତ୍ପାଦନକାରୀମାନେ ମଧ୍ୟ ଏହି ଟିକା ଯୋଗାଇବାରେ ସକ୍ଷମ ହେବେ।

Comments are closed.