ଚୀନ ରାଷ୍ଟ୍ରଦୂତ ରହୁଥିବା ହୋଟେଲରେ ସିରିଜ ବିସ୍ଫୋରଣ; ୪ ମୃତ ଓ ୧୩ ଆହତ

ବେଲଚିସ୍ତାନର ରାଜଧାନୀ କ୍ଵେଟାର ଏକ ବିଳାସପୂର୍ଣ୍ଣ ହୋଟେଲର ପାର୍କିଂ ସ୍ଥଳରେ ସିରିଜ ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି। ବେଲୁଚିସ୍ତାନ ପୁଲିସ ମହାନିରୀକ୍ଷକ ତାହିର ରାୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ବିସ୍ଫୋରଣ ଘଟିଥିବା ହୋଟେଲରେ ଚୀନ ରାଷ୍ଟ୍ରଦୂତ ତାଙ୍କ ପ୍ରତିନିଧିମଣ୍ଡଳଙ୍କ ସହିତ ରହୁଥିଲେ। ତେବେ ସେମାନେ ବାହାରେ ଥିବା ସମୟରେ ବୁଧବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ପାର୍କିଂ ସ୍ଥଳରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଏଥିରେ ଅତିକମରେ ୪ ଜଣଙ୍କର ପ୍ରାଣହାନୀ ଘଟିଥିବା ପାକିସ୍ତାନ ଗୃହମନ୍ତ୍ରୀ ଶେଖ ରଶିଦ ଅହମଦ କହିଛନ୍ତି। ଏକ କାରରେ ରଖାଯାଇଥିବା ଆଇଇଡି ବିସ୍ଫୋରଣ ଘଟିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.